ଏମାନଙ୍କ ପାଖେ ରହନ୍ତି ନାହିଁ ଲଷ୍ମୀ

ଭଲରେ ରହିବା ପାଇଁ ଅନେକ ସମୟରେ ଟଙ୍କା ଆବଶ୍ୟକ। ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି ନାହିଁ। ଏହାକୁ ନେଇ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ, କେଉଁ ପ୍ରକାରର ଲୋକଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ, କହିଛନ୍ତି ଯେ, କଟୁଶବ୍ଦ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ। ସତ୍ୟ ଏବଂ ମଧୁର କଥା କହୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ଥାଏ। ଏହା ମଧ୍ୟ କୁହାଯାଇଛି ଯେ ‘ମଧୁର ବିନୟ ବଚନ କହି ତୋଷିବ ଜନ ମନ ’ ଜଣେ ଯଥାସମ୍ଭବ ମଧୁର କଥା କହିବା ଉଚିତ।

ସେ କହିଛନ୍ତି ଯେ, ଲକ୍ଷ୍ମୀ ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ, ତେଣୁ ମଣିଷ ଆବଶ୍ୟକତାଠାରୁ ଅଧିକ ଖାଇବା ଠିକ୍‌ ନୁହେଁ।
ଚାଣକ୍ୟ କହିଛନ୍ତି ଯେ, ଯଦି ଅପରିଷ୍କାର ଲୁଗାପଟା ପିନ୍ଧନ୍ତି ତେବେ ମଧ୍ୟ ଲକ୍ଷ୍ମୀ ଦୂରେଇ ଯାଆନ୍ତି। ଯଦି ଜଣେ ଗରିବ ଲୋକ ସଫା ରହେ, ତେବେ ଲକ୍ଷ୍ମୀ ତାଙ୍କ ସହିତ ଥାନ୍ତି।

ଚାଣକ୍ୟ କହିଛନ୍ତି ଯେ, ଶୋଇବା ପାଇଁ ରାତି ସମୟ ସବୁଠାରୁ ଉପଯୁକ୍ତ ବୋଲି ବିବେଚନା କରାଯାଏ। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ।

ଏ ପ୍ରସଙ୍ଗରେ, ଚାଣକ୍ୟ ମଧ୍ୟ ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କୁ ଉଲ୍ଲେଖ କରିଥିଲେ। ତାଙ୍କ ଅନୁଯାୟୀ, ଲକ୍ଷ୍ମୀ ଅପରିଷ୍କାର ଦାନ୍ତ ଥିବା ଲୋକଙ୍କ ସହିତ ମଧ୍ୟ ରହନ୍ତି ନାହିଁ।