Categories: ଖେଳ

ମାଲିଙ୍ଗାଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୩।୬: ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର୍‌ ଲାସିଥ ମାଲିଙ୍ଗାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ ପୂର୍ବରୁ ତାଙ୍କୁ ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

ଆସନ୍ତା ସପ୍ତାହରୁ ଏହି ସିରିଜ ଆରମ୍ଭ ହେବାକୁ ଯାଉଛି। ମାଲିଙ୍ଗା ଏହାକୁ ନେଇ ଶ୍ରୀଲଙ୍କା ବୋଲର୍‌ମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥିସହ ମଇଦାନରେ ହେଉଥିବା ରଣନୀତିରେ ସେମାନଙ୍କ ସହାୟତା କରିବେ।

କହିରଖୁଛୁ, ମାଲିଙ୍ଗା ୨୦୨୧ରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ। ନିକଟରେ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲିଂ ପ୍ରଶିକ୍ଷକ ଥିଲେ।

Share