ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ

ବ୍ରହ୍ମପୁର,ତା୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ)ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ଠିକଣା ହେଉଛି ଶ୍ମଶାନ ଘାଟ ବା ସମାଧି ସ୍ଥଳ। କିନ୍ତୁ ଏମିତି କେତେ ଲୋକଙ୍କ ମୃତଦେହକୁ ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଶ୍ମଶାନରେ ହିଁ ସତ୍କାର କରାଯାଉଛି। ଯେଉଁମାନଙ୍କ ଠିକଣା ନାହିଁ ଓ ଦୁନିଆଁ ପାଇଁ ଅଲୋଡା। ବ୍ରହ୍ମପୁର ଗେଟବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମାଶାନ ଏବେ ସହରରେ ଆଖି ବୁଜୁଥିବା ଅଜଣା ଲୋକମାନଙ୍କର ଶେଷ ଠିକଣା ପାଲଟିଛି। ଦାବିଦାର ନ ଥିବା ମୃତଦେହକୁ ପୋଡିବା ବଦଳରେ ମାଟି ତଳେ ପୋତି ରଖାଯାଉଛି। ସେଥିରେ କାନ୍ଧ ଦେଉଛନ୍ତି ବିଇଏମସି କର୍ମଚାର, ଆଉ ସାକ୍ଷୀ ରହୁଛି ପୋଲିସ। ବିନା ରୀତିନୀତିରେ ଏଭଳି ଏକାଧିକ ମୃତଦେହ ସତ୍କାର କରାଯାଉଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ମାସରେ ୬୦ରୁ ଅଧିକ ରୋଗୀ ଆଖି ବୁଜୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହେଲେ ମୃତଦେହକୁ ପରିବାର ଲୋକେ ଘରକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରୁଛନ୍ତି। ହେଲେ ଏହି ମେଡିକାଲରେ ବେଳେବେଳେ ଏମିତି କିଛି ରୋଗୀଙ୍କ ମୃତ୍ୟୁ ହେଉଛି ଯାହାଙ୍କ ଠିକଣା ଜଣାପଡୁନାହିଁ। ସେମାନଙ୍କର କେହି ସମ୍ପର୍କୀୟ ମଧ୍ୟ ନ ଥାନ୍ତି। ସେହିଭଳି ବ୍ରହ୍ମପୁର ସରକାରୀ ରେଳବାଇ ଥାନା (ଜିଆରପି) ରେଳଧାରଣାରେ ନିୟମିତ ବ୍ୟବଧାନରେ ଟ୍ରେନରେ କଟି ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ କେତେକଙ୍କ ପରିଚୟ ଜଣାପଡିନଥାଏ। ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏଫଏମଟିରେ ଥିବା ଫ୍ରିଜରରେ ୯୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ପାଇଁ ସଂରକ୍ଷିତ ରଖିଥାଏ। ଏହି ସମୟ ମଧ୍ୟରେ ମୃତଦେହର କେହି ଦାବିଦାର ନ ମିଳିଲେ ପୋଲିସ ତାହାକୁ ଠିକଣା ସ୍ଥାନରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ବ୍ରହ୍ମପୁର ମହାନଗର ନିଗମକୁ ଚିଠି ଲେଖି ସେହି ମୃତଦେହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁରୋଧ କରନ୍ତି ଉଭୟ ମେଡିକାଲ ଫାଣ୍ଡି ପୋଲିସ ଓ ରେଳବାଇ ପୋଲିସ। ପରେ ବିଇଏମସିର ତଳିଆ କର୍ମଚାରୀମାନେ କାମରେ ଲାଗିପଡନ୍ତି। ବଡ ମେଡିକାଲରେ ଥିବା ଘରୋଇ ଆମ୍ବୁଲାନ୍ସ ସହାୟତାରେ ଅଜଣା ମୃତଦେହଗୁଡିକୁ ବିଇଏମସି ଅଧୀନରେ ଥିବା ଗେଟବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମଶାନକୁ ନିଆଯାଇଥାଏ। ସେଠାରେ ମୃତଦେହକୁ ଦାହ କରିବା ବଦଳରେ ମାଟି ତଳେ ପୋତି ଦିଆଯାଇଥାଏ। କାରଣ ଯଦି କେହି ଦାବିଦାର ମୃତଦେହ ସମ୍ପର୍କରେ ଜାଣିଲା ପରେ ପୋଲିସ ନିକଟରେ ପହଞ୍ଚନ୍ତି ତେବେ ସେହି ମୃତଦେହକୁ ମାଟିତଳୁ ଖୋଳି ବାହାର କରାଯାଏ। ପରିବାର ଲୋକ ତାହାକୁ ଚିହ୍ନଟ କିରବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥାଏ।
ହିନ୍ଦୁ ଧର୍ମରେ ମୃତଦେହକୁ ପୋଡି ଅସ୍ତି ବିସର୍ଜନ କଲେ ମୃତକଙ୍କ ଆତ୍ମାକୁ ଶାନ୍ତି ମିଳୁଥିବା ବିଶ୍ୱାସ ରହିଥିବାରୁ ଏଭଳି କରାଯାଇଥାଏ। ତେବେ ଅଜଣା ମୃତଦେହର ଠିକଣା ମିଳିବା କିମ୍ବା ପରିବାର ଲୋକେ ଖୋଜିବା ନଗଣ୍ୟ। ଏମକେସିଜି ଫାଣ୍ଡି ଅଧିକାରୀ ଭୈରବ କୁମାର ଭୂୟାଁ କହିବା ଅନୁସାରେ ପ୍ରତିବର୍ଷ ଅଜଣା ବ୍ୟକ୍ତିଙ୍କ ମୃତଦେହ ସଂରକ୍ଷିତ ରଖାଯିବା ସହ ନିର୍ଦ୍ଧାରିତ ସମୟରେ କେହି ଦାବିଦାର ନ ଆସିଲେ ସେଠାରେ ପୋତି ଦିଆଯାଇଥାଏ। ସେହିପରି ଉକ୍ତ ଶ୍ମଶାନର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉକ୍ତ ମୃତଦେହଗୁଡିକୁ ପୋତାଯାଉଛି। ଯଦି କୌଣସି ମୃତକଙ୍କ ପରିବାର ପୋଲିସ ନିକଟକୁ ଆସନ୍ତି ପୋଲିସ ସେଠାରେ ପହଞ୍ଚତ୍ ମାଟିତଳେ ପୋତି ଦିଆଯାଇଥିବା ମୃତଦେହକୁ ସେମାନଙ୍କୁ ଦେଖାନ୍ତି ଓ ସେଠାରୁ କିଛି ଅସ୍ତି ହସ୍ତାନ୍ତର କରିଥାନ୍ତି ବୋଲି ଶ୍ମଶାନର ଜଗୁଆଳି କାଳୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri