Categories: ଜାତୀୟ

ସମୟସୀମା ଧାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ଶେଷ ସୁଯୋଗ

ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଶିବସେନାରେ ବିଭାଜନ ପରେ ଉଭୟ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିବା ସତ୍ତ୍ୱେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କେବେ ନିଷ୍ପତ୍ତି ନେବେ ତାହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ପାଇଁ ସର୍ବୋଚ୍ଚ ଅଦାଲତ ବାଚସ୍ପତିଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ତୁରନ୍ତ ବିଧାୟକମାନଙ୍କ ଆବେଦନକୁ ବାଚସ୍ପତି ବିଚାରକୁ ନିଅନ୍ତୁ। ଦଶହରା ଛୁଟି ବେଳେ ଏହି କାର୍ଯ୍ୟ ଶେଷ କରିବାରେ ବାଚସ୍ପତିଙ୍କ ସହ ବ୍ୟକ୍ତିଗତ ଭାବେ ନିୟୋଜିତ ରହିବେ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦କୁ ଧାର୍ଯ୍ୟ ହୋଇଛି।

Share