Categories: ଜାତୀୟ

ଆଧାର ଅପଡେଟ୍‌ କରିବାର ସମୟସୀମା ୩ମାସ ବୃଦ୍ଧି

ନୂଆଦିଲ୍ଲୀ,୮।୯: ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଆଧାରକୁ ଅପଡେଟ୍‌ କରିବାର ସମୟସୀମା ଆଉ ତିନିମାସକୁ ବୃଦ୍ଧି କରିଛି। ଅପଡେଟ୍‌ କରିବାର ସମୟସୀମା ସେପ୍ଟେମ୍ବର ୧୪ ପରିବର୍ତ୍ତେ ଡିସେମ୍ବର ୧୪ ରଖାଯାଇଛି। ୟୁଆଇଡିଏଆଇ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଜନସାଧାରଣଙ୍କଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାକୁ ଆଧାର କରି ଏହି ସୁବିଧାକୁ ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଧାର କାର୍ଡକୁ ମାଗଣାରେ ଅପଡେଟ୍‌ କରିବାର ସୂଚନା ଡିସେମ୍ବର ୧୪ ୨୦୨୩ପର୍ଯ୍ୟନ୍ତ ମୋ ଆଧାର ପୋର୍ଟାଲ https://myaadhaar.uidai.gov.in/ରେ ରହିବ।

Share