ଇକୋ ରିଟ୍ରିଟର ଶେଷ ଦିନ: ୩ ମାସ ଧରି ଲାଗିରହିଥିଲା ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିବା ଇକୋ ରିଟ୍ରିଟର ଶୁକ୍ରବାର ଶେଷ ଦିନ ରହିଛି । ଡିସେମ୍ବର ମାସର ପ୍ରଥମ ଦିନରେ ଏହାକୁ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ବିଡ଼ିଓ ତଥା ଇକୋ ରିଟ୍ରିଟର ଅଧ୍ୟକ୍ଷ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଇକୋ ରିଟ୍ରିଟ ସଫଳତାର ସହ ଚଳିତ ବର୍ଷ ପରିଚାଳନା ହୋଇଥିଲା। ଶେଷ ଦୁଇ ଦିନରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲାପ୍ରଶାସନ ପକ୍ଷରୁ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୭୫ଜଣ ପୁଞ୍ଜି ନିବେଶକାରୀ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରୁ କିଛି ଜଣ ପୁଞ୍ଜି ନିବେଶକାରୀ ଓ ଜିଲା ପ୍ରଶାସନର ଉଚ୍ଚ ପଦାଧିକାରୀ ମାନେ ଇକୋ ରିଟ୍ରିଟରେ ରାତ୍ରିଯାପନ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ଇକୋ ରିଟ୍ରିଟ ଗତ କିଛି ବର୍ଷ ଧରି ଏହି ସମୟରେ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଥିବାବେଳେ ପଞ୍ଚତାରକା ହୋଟେଲରେ ଯେଉଁଭଳି ବ୍ୟବସ୍ଥା କରାଯାଇଛି ସେହିଭଳି ଇକୋ ରିଟ୍ରିଟରେ ରାତ୍ରିଯାପନ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକଙ୍କୁ ବୁଲାଇବା ବ୍ୟବସ୍ଥା, ସାଇକେଲିଂ, ଇଣ୍ଡୋର ଗେମ, ଟ୍ରାକିଂ,ଆଦି ବ୍ୟବସ୍ଥା ସହ ଗତ ବର୍ଷ ଅପେକ୍ଷା ଇକୋ ରିଟ୍ରିଟକୁ ତ୍ୱରଣରେ ଅଧିକ ସୁସଜ୍ଜିତ କରାଯାଇଥିଲା। ଇକୋ ରିଟ୍ରିଟର ଶେଷଦିନରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଜିଲାର ଏକାଧିକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ମାଫିଆଙ୍କ ମାଡ଼ରେ ଏସ୍‌ଏଚ୍‌ଜି ମହିଳା ରକ୍ତାକ୍ତ: ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ଛାଡି ଦେବାରୁ ଗାଁରେ ଉତ୍ତେଜନା

ପାଟଣା ,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମରେ ସରପଞ୍ଚ ଜୟନ୍ତୀ ମୁଣ୍ଡାଙ୍କ ନେତୃତ୍ୱରେ ରବିବାର ଶତାଧିକ ମହିଳା ଗ୍ରାମରୁ...

ଦଣ୍ଡୁଆଙ୍କୁ ଧକ୍କା ଦେଲା ବାଇକ୍‌

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ଗାୟତ୍ରୀ ପ୍ରଜ୍ଞା ଶିଶୁମନ୍ଦିର ନିକଟରେ ସୋମବାର ଜଣେ ଦଣ୍ଡୁଆ ବାଇକ ଦୁର୍ଘଟଣାରେ...

ଛୋଟ ପୁଅ ପରେ ବାପାଙ୍କୁ ଆକ୍ରମଣ ଘଟଣା : ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି. ଡୋରା ରେଡ୍ଡୀଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଗିରଫକରି...

ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି...

ଗୋଟିଏ ପରିବାରର ତିନିଜଣ ଆତ୍ମହତ୍ୟା ଘଟଣା ରେଡ଼କ୍ରସ ଫଣ୍ଡରୁ ୯୦ ହଜାର ସହାୟତା

ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଗୋଟିଏ ପରିବାରତ ତିନିଜଣ ମାଆ ଝିଅ ଓ ପୁଅ କୌଣସି କାରଣରୁ ବିଷ ପିଇ...

ଆଇପିଏଲ୍‌ରେ ଖେଳିବାକୁ ନେଇ ମୁହଁ ଖୋଳିଲେ ଧୋନୀ

ନୂଆଦିଲ୍ଲୀ,୭ା୪: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ଆଇପିଏଲ୍‌ରେ ଖେଳିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେବା ଲାଗି ତାଙ୍କ ପାଖରେ ୧୦...

ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ...

ଇଶାନ୍ତ ଶର୍ମାଙ୍କୁ ଜରିମାନା

ହାଇଦ୍ରାବାଦ,୭ା୪: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବେଳେ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଜରାଟ ଟାଇଟନ୍ସ ପେସର ଈଶାନ୍ତ ଶର୍ମାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image