ବଦଳିଲା ଶେଷ ପରୀକ୍ଷା ତାରିଖ

କଟକ ଅଫିସ,୧ା୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୩ରେ ହେବାକୁ ଥିବା ଫିଲୋସୋଫି ଏବଂ ସାଇକୋଲୋଜି ବିଷୟର ପେପର-୨ ପରୀକ୍ଷା ୧୮ ତାରିଖରେ ଅନୁଷ୍ଠିତ ହେବ। କେବଳ ଏହି ପରୀକ୍ଷା ତାରିଖକୁ ବାଦ୍‌ ଦେଲେ ଅନ୍ୟ କୌଣସି ତାରିଖରେ ପରିବର୍ତ୍ତନ କରାଯାଇନାହିଁ।
ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ୪ରେ ଓସିଏସ୍‌-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଜାନୁୟାରୀ ୧୬ରେ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଯେଉଁଥିରେ ଫେବୃୟାରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପୁଣି ଫେବୃୟାରୀ ୧୦ରେ ଓପିଏସ୍‌ସି ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଉଲ୍ଲେଖ ଥିଲା। ଏଥିରେ କେବଳ ୩ଟି ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିଲା। ହେଲେ ଏବେ ପୁଣି ଶେଷ ଦିନ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି।
ଗତବର୍ଷ ଅକ୍ଟୋବର ୧୬ରେ ଓସିଏସ୍‌-୨୦୨୧ ପ୍ରିଲିମିନାରି ପରୀକ୍ଷା ହେଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ଦେଉଛନ୍ତି। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେଉଛି। ୩ ଘଣ୍ଟା ଧରି ପରୀକ୍ଷା ହେଉଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ

କେସିଙ୍ଗା,୨୮ା୧୧: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ…

ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି...

‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର: ଏଣିକି…

ଭୁବନେଶ୍ୱର,୨୮।୧୧: ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର। ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଯେଉଁମାନଙ୍କୁ ଏହି ମାସରେ...

ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି।...

ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ...

୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର

ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି।...

ଭାଜପା କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ ମୋଦି, କରିବେ ରାତ୍ରି ଭୋଜନ

ଭୁବନେଶ୍ୱର, ୨୮ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ...

ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri