ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ସମୟରେ ଦେଶବାସୀ ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢ଼େଇ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୭୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ଏଭଳି କହିଛନ୍ତି। ଏହି ସମୟରେ ଦେଶର ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି। ଆମେ ତାକୁ ଆତ୍ମନିର୍ଭର ଭାରତ ଭାବେ ନାମିତ କରିଛେ। ଇତିମଧ୍ୟରେ ଏହାଯୋଗୁ ଦେଶରେ ସ୍ବଦେଶୀ ଖେଳନାର ଚାହିଦା ବଢ଼ିଛି। ଭାରତ ଗ୍ଲୋବାଲ ବେଷ୍ଟ୍ ଅନ୍ତର୍ଗତ ବିଶ୍ୱସ୍ତରୀୟ ସ୍ବଦେଶୀ ଉତ୍ପାଦ ପ୍ରସ୍ତୁତି କରିବାକୁ ସକ୍ଷମ ହୋଇ ପାରିଛି ବୋଲି ମୋଦି କହିଛନ୍ତି।