ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ ଥାପିବା ପାଇଁ ଆମେରିକାର ଅପୋଲୋ ୧ ୩ଯାତ୍ରୀଙ୍କ ସହ ମହାକାଶକୁ ଯାଇଥିଲା। କିନ୍ତୁ ସେହି ୩ଜଣ ଆଉ ପୃଥିବୀ ପୃଷ୍ଠକୁ ଫେରି ପାରି ନ ଥିଲେ। ନାସାର ଏହି ଚନ୍ଦ୍ର ମିଶନ ଏକ ଭୟଙ୍କର ସ୍ମୃତିରେ ପରିଣତ ହୋଇଗଲା। ଆପୋଲୋର କକ୍ପିଟରେ ନିଆଁ ଲାଗି ୩କ୍ରୁ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ। ବର୍ତ୍ତମାନ ସେହି ଘଟଣାର ଏକ ଅଡିଓ ସାମ୍ନାକୁ ଆସିଛି ଯେଉଁଥିରୁ ଅନୁମାନ କରାଯାଇପାରେ ଶେଷ ମୁହୂର୍ତ୍ତରେ ମୃତ୍ୟୁର ଚିତ୍କାର କିପରି ହୋଇପାରେ।

ମହାକାଶଚାରୀଙ୍କ ଶେଷ ମୁହୂର୍ତ୍ତର ଏହି ଅଡିଓ ଶୁଣିବା ଏକ ଭୟାନକ ଅନୁଭୂତି ହୋଇପାରେ। ଅଡିଓରେ ତାଙ୍କର ଚିତ୍କାର ଓ ଜୀବନ ବଞ୍ଚାଇବାକୁ ତାଙ୍କ ପ୍ରାଣମୂର୍ଚ୍ଚା ଉଦ୍ୟମର ଅଡିଓ ଯେ କେହିବି ଶୁଣିଲେ ଥରି ଉଠିବ। ଏହି ତିନୋଟି ମହାକାଶଚାରୀଙ୍କ ସ୍ପେସସୁଟରେ ନିଆଁ ଲାଗି ଯାଇଥିଲା। ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ତିନିଜଣ ପରସ୍ପରକୁ ସେହି ଖୋଲା ଆକାଶରେ ଦେଖି ପାରୁଥିଲେ ସତ ହେଲେ ନିଜେ ବଞ୍ଚିବାର ସମସ୍ତ ଆଶା ଛାଡି ସାରିଥିଲେ। ଜାନୁଆରୀ ୨୭ ୧୯୬୭ରେ, ନାସାର ତିନିଜଣ ମହାକାଶଚାରୀ, କମାଣ୍ଡ ପାଇଲଟ ‘ଗୁସ’ ଗ୍ରିସମ, ସିନିୟର ପାଇଲଟ ‘ଏଡୱାର୍ଡ ଏଚ ହ୍ବାଇଟ ଟୁ ଓ ପାଇଲଟ ରୋଜର ବି ଚାଫେଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିଲେ।

Share