ଶେଷ ସମୟରେ ମା’ଙ୍କୁ ମନେ ପକାଉଥିଲେ ଏହି ଅଭିନେତା; ସ୍ତ୍ରୀଙ୍କୁ କହିଥିଲେ ‘ସେ ମୋତେ ନେବାକୁ ଆସିଛି’

ବମ୍ବେ: ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୨୦ ଏପ୍ରିଲ ୨୯ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ଯୋଗୁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତାଙ୍କ ଅଭିନୟକୁ ଚିରକାଳ ଝୁରିହେବେ ବୋଲି ସେମାନେ କହିଥିଲେ।

ତେବେ ଇରଫାନ୍‌ଙ୍କ ଶେଷ ସମୟରେ ପାଖରେ ଥିଲେ ସ୍ତ୍ରୀ ସୁତାପା ଏବଂ ପୁଅ ବାବିଲ। ହେଲେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ହଠାତ୍‌ ସ୍ତ୍ରୀଙ୍କୁ ‘ଦେଖ ମା’ ଆସିଛନ୍ତି’। ସେ ମୋତେ ନେବାକୁ ଆସିଛନ୍ତି। ସେ ମୋ ପାଖରେ ବସିଛନ୍ତି‘। ସେତେବେଳେ  ଯନ୍ତ୍ରଣା କମ୍‌ କରିବାକୁ ତାଙ୍କ ମା’ ଆସିଥିବା ଅଭିନେତା ଭାବୁଥିଲେ।

କେବଳ ସେତିକି ନୁହେଁ ମୃତ୍ୟୁର ୨-୩ ଦିନ ପୂର୍ବରୁ ତାଙ୍କୁ ଭେଟିବାକୁ ପୁଅ ବାବିଲ ଯାଇଥିଲେ। ସେ ତାଙ୍କୁ ଦେଖି ହସି ଦେଇ ମୁଁ ମରିବାକୁ ଯାଉଛି ବୋଲି କହିଥିଲେ। ହେଲେ ପୁଅ ତାଙ୍କର କିଛି ହେବ ନାହିଁ କହି ସାନ୍ବନା ଦେଇଥିଲେ। ମାତ୍ର ଶେଷରେ ବିଧିକୁ ଆଉ କିଛି ମଞ୍ଜୁର ଥିଲା।

Share