Posted inଖେଳ

ଶେଷ ଓଭର: ୧, ୬, ୬, ୬, ୬, ୬

ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟିଛି। ବିଭିନ୍ନ ସମୟରେ ମ୍ୟାଚ୍‌ ନାଟକୀୟ ମୋଡ଼ ନେବାପରେ ଶେଷରେ ବାଜି ମାରିଛି ନାଇଟ୍‌ ରାଇଡର୍ସ। ଶେଷ ଓଭରରୁ ମ୍ୟାଚ୍‌ ବିଜୟ ପାଇଁ କୋଲ୍‌କାତା ୨୯ ରନ୍‌ ଆବଶ୍ୟକ କରୁଥିଲା। ବୋଲିଂ କରିଥିଲେ ଗୁଜରାଟର ୟାଶ୍‌ ଦୟାଲ। ଉମେଶ ଯାଦବ ପ୍ରଥମ ବଲ୍‌ରୁ ସିଙ୍ଗଲ ରନ୍‌ ନେଇ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌କୁ ଯାଇଥିଲେ। ପରବର୍ତ୍ତୀ ୫ ବଲ୍‌କୁ ଛକା ( ୬, ୬, ୬, ୬ ଓ ୬) ମାରି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଥିଲେ କୋଲ୍‌କାତାର ରିଙ୍କୁ ସିଂ। ଶେଷ ବଲ୍‌କୁ ସେ ଛକାରେ ପରିଣତ କରିବାପରେ କୋଲ୍‌କାତା ଦଳର ଭାବପୂର୍ଣ୍ଣ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଆଇପିଏଲ୍‌ ଇତିହାସରେ ଶେଷ ଓଭରରେ ଏହା ଥିଲା ସର୍ବାଧିକ ରନ୍‌ଚେଜ୍‌। ବିସ୍ଫୋରକ ବ୍ୟାଟିଂ କରି ୪୮ ରନ୍‌ରେ ଅପରାଜିତ ରହିବା ସହ ଗୁଜରାଟ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିବା ରିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍‌ କରିଥିବାବେଳେ କୋଲ୍‌କାତା ନାଇଟ ରାଇଡର୍ସ ୨୦ ଓଭରରେ ୭ ଉଇକେଟ ହରାଇ ୨୦୭ ରନ୍‌ ସଂଗ୍ରହ କରି ନେଇଥିଲା।
ହ୍ୟାଟ୍ରିକ ନେବାରେ ରଶିଦ ୨୨ତମ ବୋଲର
କୋଲ୍‌କାତା-ଗୁଜରାଟ ମ୍ୟାଚ୍‌ ବିଭିନ୍ନ ସମୟରେ ଭିନ୍ନ ମୋଡ଼ ନେଇଥିଲା। ନାଇଟ ରାଇଡର୍ସର ଆରମ୍ଭ ଭଲ ହୋଇ ନ ଥିଲେ ମଧ୍ୟ ମିଡିଲ ଅର୍ଡରରେ ଇମ୍ପାକ୍ଟ ପ୍ଲେୟର ଭେଙ୍କଟେଶ ଆୟାର ଓ ଅଧିନାୟକ ନୀତୀଶ ରାଣା ଉପଯୋଗୀ ବ୍ୟାଟିଂକରି ଦଳକୁ ଲକ୍ଷ୍ୟ ପଥରେ ଅଗ୍ରସର କରାଇଥିଲେ। ମାତ୍ର ନୀତୀଶ ୨୯ ବଲ୍‌ରୁ ୪୫ (୪ ଚୌକା, ୩ ଛକା) ଓ ଭେଙ୍କଟେଶ୍‌ ୪୦ ବଲ୍‌ରୁ ୮୩ (୮ ଚୌକା, ୫ ଛକା) ରନ୍‌କରି ଆଉଟ ହେବାପରେ ମ୍ୟାଚ୍‌ ଗୁଜରାଟ ଆଡ଼କୁ ଢଳିଥିଲା। କୋଲ୍‌କାତା ୩୦ ବଲ୍‌ରୁ ୫୬ ରନ୍‌ ଆବଶ୍ୟକ କରୁଥିବାବେଳେ ରଶିଦ୍‌ ଖାଁ ମ୍ୟାଜିକ୍‌ ସ୍ପେଲ୍‌ ବୋଲିଂକରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସେ ୧୭ତମ ଓଭରର ପ୍ରଥମ ବଲ୍‌ରେ ଆନ୍ଦ୍ରେ ରସେଲ, ଦ୍ୱିତୀୟ
ବଲ୍‌ରେ ସୁନୀଲ ନାରିନ ଓ ତୃତୀୟ ବଲ୍‌ରେ ଶାର୍ଦ୍ଦୁଳ ଠାକୁରଙ୍କ ଉଇକେଟ ନେଇ କୋଲ୍‌କାତା ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଇପିଏଲ ଇତିହାସରେ ୨୨ତମ ବୋଲରଭାବେ ସେ ହ୍ୟାଟ୍ରିକ୍‌ ଉଇକେଟ ନେଇଛନ୍ତି। ମାତ୍ର ତାଙ୍କର ଏହି ସଫଳତା ଗୁଜରାଟର ପରାଜୟ ସହ ଫିକା ପଡ଼ିଥିଲା। ଶେଷ ଓଭରରେ ରିଙ୍କୁଙ୍କ ଧମାକା କୋଲ୍‌କାତାକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲା।
ଅସୁସ୍ଥ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଦାୟିତ୍ୱ ତୁଲାଇଥିବା ରଶିଦ୍‌ ଖାଁ ଏଠାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟାଇଟନ୍ସ ଯଦିଓ ରିଦ୍ଧିମାନ ଶାହା(୧୭)ଙ୍କ ଉଇକେଟ ଶୀଘ୍ର ହରାଇଥିଲା ତଥାପି ଶୁବମନ ଗିଲ୍‌ଙ୍କ ଉପଯୋଗୀ ଇନିଂସ ଏବଂ ସାଇ ସୁଦର୍ଶନ ଓ ବିଜୟ ଶଙ୍କରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଶୁବମନ ୩୧ ବଲ୍‌ରୁ ୩୯ ରନ୍‌ କରି ଆଉଟ ହୋଇଥିଲେ। ଏହି ଅବସରରେ
ସେ ଆଇପିଏଲ୍‌ରେ ୨୦୦୦ ରନ୍‌ ପୂରଣ କରିଥିଲେ। ସାଇ ସୁଦର୍ଶନ ତାଙ୍କ ଚମତ୍କାର ଫର୍ମ ଅବ୍ୟାହତ ରଖି ଏଠାରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୫୩ ରନ୍‌ କରିଥିଲେ। ବ୍ୟାଟିଂ କ୍ରମରେ ୪ ନମ୍ବରରେ ଆସିଥିବା ଅଭିନବ ମନୋହର ୮ ବଲ୍‌ରୁ ୧୪ ରନ୍‌ କରିଥିବାବେଳେ ସୂୟାଶ ଶର୍ମାଙ୍କ ଶିକାର ହୋଇଥିଲେ। ଗୁଜରାଟ ଦଳ ୨୦୦ ରନ୍‌ ଅତିକ୍ରମ କରିବା ପଛରେ ବିଜୟ ଶଙ୍କରଙ୍କ ବଡ଼ ଅବଦାନ ରହିଥିଲା। ସେ ମାତ୍ର ୨୪ ବଲ୍‌ରୁ ୬୩ ରନ୍‌କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୫ ଛକା ସାମିଲ ଥିଲା। ତାଙ୍କ ବ୍ୟାଟିଂ ଆଗରେ କୋଲ୍‌କାତା ବୋଲିଂ ଅତ୍ୟନ୍ତ ମାମୁଲି ସାବ୍ୟସ୍ତ ହୋଇଥିଲା। ଡେଭିଡ୍‌ ମିଲର ମାତ୍ର ୨ ରନ୍‌କରି ଅପରାଜିତ ରହିଥିଲେ। ମାତ୍ର ବିଜୟ ଶଙ୍କର ଦ୍ରୁତହାରରେ ରନ୍‌ ସଂଗ୍ରହ କରିଥିବାରୁ ଅସମାପ୍ତ ୫ମ ଉଇକେଟ ଭାଗୀଦାରିରୁ ମାତ୍ର ୧୬ ବଲ୍‌ରୁ ୫୧ ରନ୍‌ ଆସିଥିଲା। କୋଲକାତା ବୋଲରଙ୍କ ମଧ୍ୟରେ ସୁନୀଲ ନାରିନ ୩ଟି ଏବଂ ସୂୟାଶ ଶର୍ମା ଗୋଟିଏ ଉଇକେଟ ନେଇଥିଲେ।
ଏହି ମ୍ୟାଚ୍‌ରେ ଗୁଜରାଟ ଦଳରେ ସାଇ ସୁଦର୍ଶନଙ୍କ ସ୍ଥାନରେ ଜୋଶୁଆ ଲିଟଲ ଏବଂ କୋଲ୍‌କାତା ଦଳରେ ସୂୟାଶ ଶର୍ମାଙ୍କ ସ୍ଥାନରେ ଭେଙ୍କଟେଶ ଆୟାରଙ୍କୁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ଭାବେ ସୁଯୋଗ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୦୪/୪ (ବିଜୟ ଶଙ୍କର-୬୩*, ସାଇ ସୁଦର୍ଶନ-୫୩, ଶୁବମନ ଗିଲ୍‌-୩୯, ସୁନୀଲ ନାରିନ-୩/୩୩, ସୂୟାଶ ଶର୍ମା-୧/୩୫)। କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୦୭/୭(ଭେଙ୍କଟେଶ ଆୟାର-୮୩, ରିଙ୍କୁ ସିଂ-୪୮*, ନୀତୀଶ ରାଣା-୪୫, ରଶିଦ୍‌ ଖାଁ-୩/୩୭, ଆଲଜାରି ଜୋସେଫ-୨/୨୭, ମହମ୍ମଦ ଶାମି-୧/୨୮, ଜୋଶୁଆ ଲିଟଲ-୧/୪୫)।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri