ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଅନ୍ୟପକ୍ଷେ ଉକ୍ତ ବାଳକଙ୍କ ମା’ ସରକାର ଏବଂ ପ୍ରଶାସନକୁ ସହାୟତା ପାଇଁ ଶେଷ ନିବେଦନ କରିଛନ୍ତି। ଯଦି ତାଙ୍କ ପୁଅର କିଛି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।
ଝରାପଡାର ବାଳକ କ୍ରିଷ୍ଣା ଝରା ଜନ୍ମରୁ ରୋଗଗ୍ରସ୍ତ। ପରିବାର କହିଲେ ବାପା ମୁକୁନ(୫୧) ଓ ମା’ ଗୁରୁବାରୀ(୩୭)। ଠିକ୍‌ ଭାବେ ଦୁଇଓଳି ପେଟକୁ ଦାନା ମିଳୁନି। ମୁକୁନ ଏବେ ଶଯ୍ୟାଶାୟୀ। ଏହି ପରିବାର ୨୫ବର୍ଷ ହେଲା ଗୋପାପାଲି ଝରାପଡାରେ ରହୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ। ସେମାନେ ଭୂମିହୀନ। ଜଣେ ସହୃଦୟ ବ୍ୟକ୍ତିଙ୍କ ଭଙ୍ଗା ଦଦରା ତାଳଛପର ମାଟି ଘରେ ୨୫ବର୍ଷ ହେଲା ଆଶ୍ରୟ ନେଇଛନ୍ତି। ସରକାରୀ ଯୋଜନା କହିଲେ ମାସିକ ୧୫କେଜି ରାସନ ଚାଉଳ ମିଳୁଛି। ଏହାଛଡା କୌଣସି ପ୍ରକାରର ସରକାରୀ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରିନାହିଁ। ଏପରିକି କ୍ରିଷ୍ଣାଙ୍କ ଆଧାର କାର୍ଡ ମଧ୍ୟ ହୋଇପାରିନି। ଏହି ଗରିବ ପରିବାର ପାଇଁ ସରକାରୀ ଯୋଜନା ସାତସପନ ହୋଇ ରହିଯାଇଛି। ପରିବାର କ୍ରିଷ୍ଣାଙ୍କ ଉପରେ ନିର୍ଭରଶୀଳ। ତାଙ୍କ ଭିକ୍ଷାବୃତ୍ତି ଅର୍ଥରେ ଦୁଇଓଳି ପେଟପୁରା ଖାଇବାକୁ ମିଳୁନି। ଅଜଣା ରୋଗରେ ପୀଡିତ କ୍ରିଷ୍ଣାଙ୍କ ଚିକିତ୍ସା ମଧ୍ୟ ହୋଇ ପାରୁନାହିଁ। ଅନ୍ୟପଟେ ପୁଅ ଏବଂ ସ୍ବାମୀଙ୍କ ଦୟନୀୟ ଅବସ୍ଥାକୁ ଦେଖି ଅନବରତ ଅଶ୍ରୁ ଗଡାଉଛନ୍ତି ଗୁରୁବାରୀ। ଏ ନେଇ ଗତ ଜୁନ୍‌ ୮ ତାରିଖରେ ଧରିତ୍ରୀର ସମ୍ବଲପୁର ସଂସ୍କରଣରେ ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛି ପୁଅ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଜୁନ୍‌ ୧୧ ତାରିଖରେ ରାଉରକେଲା ମହାନଗର ନିଗମ ସାମାଜିକ କଳ୍ୟାଣ ବିଭାଗର ଅଧିକାରୀମାନେ ଉକ୍ତ ପରିବାର ପାଖରେ ପହଞ୍ଚତ୍ଥିଲେ। ସେମାନେ ଏହି ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ସହ କ୍ରିଷ୍ଣାଙ୍କ ଚିକିତ୍ସା, ଭିନ୍ନକ୍ଷମ ଭତ୍ତା ସପ୍ତାହେ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ମାତ୍ର ମାସେ ପରେ ବି ଆର୍‌ଏମ୍‌ସି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏହି ଗରିବ ପରିବାରକୁ କୌଣସି ସରକାରୀ ସହାୟତା ପ୍ରଦାନ କରାଗଲାନାହିଁ। ଏ ସମ୍ପର୍କରେ ଆର୍‌ଏମ୍‌ସି ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡେଇଙ୍କୁ ପଚାରିବାରୁ ସେ କହିଲେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସାହାଯ୍ୟ ରାଶି ଦୁଇଦିନ ମଧ୍ୟରେ ଉକ୍ତ ପରିବାରକୁ ମିଳିଯିବ। କ୍ରିଷ୍ଣାଙ୍କ ଚିକିତ୍ସା ସହ ବିକଳାଙ୍କ ପ୍ରମାଣପତ୍ର ଓ ଭତ୍ତା ବ୍ୟବସ୍ଥା କରାଯିବ ବୋଲି ବଡେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri