ମିହିରଙ୍କୁ ଦିଆଯିବ ଗାର୍ଡ ଅଫ୍‌ ଅନର୍‌; ବୁଧବାର ହେବ ଶେଷକୃତ୍ୟ

କଟକ ଅଫିସ, ୧୧।୧: ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ମଙ୍ଗଳବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ମିହିରଙ୍କ ମରଶରୀରକୁ ଡାକ୍ତରଖାନାରୁ ସିଡିଏ ସେକ୍ଟର ୮ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ତେବେ ବୁଧବାର କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି।

ଅପରପକ୍ଷେ ବର୍ଷୀୟାନ କଳାକାରଙ୍କ ଶେଷ ଦର୍ଶନ ନିମନ୍ତେ ମିହିରଙ୍କ ବାସଭବନରେ ଭିଡ ଜମିଛି। ଓଲିଉଡ୍‌ର ବହୁ କଳାକାରଙ୍କ ସମେତ ଯାତ୍ରା ଜଗତର କଳାକାର ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶେକ ପ୍ରକାଶ କରିଛନ୍ତି।

Share