ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ,୯।୫: ବିଶିଷ୍ଠ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଦ୍ମଶ୍ରୀ ରଜତ କରଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଥିଲେ। ଭୁବନେଶ୍ବରସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରବିବାର ୮୮ ବର୍ଷ ବୟସରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ଘଟିଥିଲା। ୧୯୩୪ ଅକ୍ଟୋବର ୨ରେ କଟକ ଜିଲାରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୨୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Share