ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜ୍ଞାନ ନ ଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଇ-୬୯ ରାଜପଥ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହା ୟୁରୋପୀୟ ଦେଶ ନରଓ୍ବେରେ ଅବସ୍ଥିତ। ଏହି ସଡକ ଶେଷ ହେବା ପରେ କୌଣସି ରାସ୍ତା ନଜର ଆସିବ ନାହିଁ। କାରଣ ଏହାପରେ କେବଳ ଗ୍ଲେସିଅର୍ ଏବଂ ସମୁଦ୍ର ନଜର ଆସିବ। ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ଏହି ରାସ୍ତାକୁ ଦେଖିବା ଲାଗି ଆସିଥାନ୍ତି।
ଇ-୬୯ ହାଇଓ୍ବେ ୧୪ କିଲୋମିଟର ଲମ୍ବା। ହେଲେ ଏଠାରେ ଅନେକ ରାସ୍ତା ରହିଛି ଯେଉଁଠାରେ ଗାଡ଼ି ନେଇଯିବା ଏବଂ ଏକୁଟିଆ ଚାଲିଚାଲି ଯିବା ଉପରେ ବାରଣ ରହିଛି। ବରଫର ବଡ଼ ପାହାଡ଼ ଥିବା ଯୋଗୁ ଏଠାରେ ହଜି ଯିବାର ଭୟ ରହିଛି।
ଖରାଦିନରେ ମଧ୍ୟ ଏଠାରେ ଜିରୋ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥାଏ। ଶୀତଦିନରେ ଏଠାରେ ମାଇନସ୍ ୪୫ ଯାଏ ତାପମାତ୍ରା ପହଞ୍ଚିଯାଏ। ଏଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହୋଇଥାଏ। ଉତ୍ତର ମେରୁର ନିକଟତର ହୋଇଥିବାରୁ ଏଠାରେ ଶୀତଦିନେ ୬ ମାସ ଯାଏ ସୂର୍ଯ୍ୟ ଦେଖାଯାଏନାହିଁ। ଖରାଦିନେ ୬ ମାସ ଯାଏ ଦିନ ରହିଥାଏ।