ଆଫଗାନିସ୍ତାନ ଛାଡିଲେ ବ୍ରିଟିଶ ସେନା

କାବୁଲ,୨୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଥିବା ବ୍ରିଟିଶ ସେନାଙ୍କୁ ସରକାର ଫେରାଇ ନେଇଛନ୍ତି । ବ୍ରିଟେନ ସେନା ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ବିଗତ ଦୁଇ ଦଶକ ହେବ ଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏଭଳି କଠିନ ପରିସ୍ଥିତିରେ ସେଠାରୁ ଲୋକମାନଙ୍କୁ ବାହାରକୁ ବାହାର କରିବାରେ ବ୍ରିଟେନ ସେନା ସହଯୋଗ କରିଥିବାରୁ ସେମାନଙ୍କ ବୀରତା ପାଇଁ ଦେଶ ଗର୍ବ କରେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଆରମ୍ଭରୁ ବ୍ରିଟେନ ସରକାର ଦୁଃଖ ପ୍ରକାଶ କରିଥିଲେ କି ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତି ସେଠାରୁ ବାହାରି ଆସିବା ସମ୍ଭବ ନୁହେଁ । ବୋରିସ ଜନସନ ସେନାଙ୍କ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ଲେଖା ଲେଖି ସେମାନଙ୍କର ପ୍ରଶଂସା କରିଛନ୍ତି । ଆଫଗାନିସ୍ତାରୁ ଲୋକମାନଙ୍କୁ ବାହାରକୁ ବାହାର କରିବାରେ ତାଙ୍କର ‘ଅପରେଶନ ପିଟିଂ’ର ସଫଳତାକୁ ନେଇ ସେ ସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୋରିସ ଜନସନ ଆହୁରି ମଧ୍ୟ ସେନାଙ୍କୁ କହିଛନ୍ତି ଆପଣ ଆପଣଙ୍କ ବୀରତ୍ୱକୁ ନେଇ ଗର୍ବ କରିବା ଉଚିତ ।

Share