Categories: ଜାତୀୟ

ଅବେଳରେ ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ମନେ ପକାଇଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଗାଇଥିବା ଶ୍ଲୋକର ଲିଙ୍କ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଜାନୁୟାରୀ ୨୨କୁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛି, ଏବେ ଯେଉଁ ଲୋକମାନଙ୍କୁ ମନେ ପକାଯିବ, ସେହି ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆମର ପ୍ରିୟ ଲତା ଦିଦି। ଏଠାରେ ଏକ ଶ୍ଲୋକ ଅଛି … ଯାହା ସେ ଗାଇଥିଲେ। ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଦ୍ୱାରା ରେକର୍ଡ ହୋଇଥିବା ଶେଷ ପଦ ଅଟେ।
ଲତା ଦିଦିଙ୍କ ଫେବୃଆରୀ ୬, ୨୦୨୨ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେପ୍ଟେମ୍ବର ୨୮, ୧୯୨୯ରେ ଜନ୍ମ ହୋଇଥିବା ଲତା ମଙ୍ଗେଶକର ପାଞ୍ଚ ଦଶନ୍ଧି ଧରି ସଂଗୀତ ଶିଳ୍ପ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ତାଙ୍କ କ୍ୟାରିଅର୍‌ ମଧ୍ୟରେ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୪ଟି ଫିଲ୍ମଫେୟାର ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର, ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ସହିତ ଅନେକ ପୁରସ୍କାର ଏବଂ ସମ୍ମାନ ଲାଭ କରିଛନ୍ତି। ତାଙ୍କୁ ୨୦୦୧ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

Share