ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି ଦିନ ସେ ସେଠାରେ ରହିବେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲେ ହେଁ ତାଙ୍କ ଲାଗି ପ୍ରାର୍ଥନା କରିବାକୁ ଡାକ୍ତରମାନେ କହିଛନ୍ତି।

୯୩ ବର୍ଷୀୟ ଲତା ଜାନୁୟାରୀ ୮ରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ତୁରନ୍ତ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ତାଙ୍କ ଚିକିତ୍ସା ଆଇସିୟୁରେ ହେଉଥିବା ବେଳେ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ଅନୁମତି ପରେ ତାଙ୍କୁ ଘରକୁ ନିଆଯିବ ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି।

Share