୯୨ ବର୍ଷରେ କରୋନାକୁ ହରାଇଲେ ଲତା ମଙ୍ଗେସ୍‌କର

କୋକିଳକଣ୍ଠୀ ତଥା ଭାରତ ରତ୍ନ ଉପାଧି ପାଇଥିବା ଲତା ମଙ୍ଗେସ୍‌କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେ କରୋନାରୁ ମୁକ୍ତି ପାଇଛନ୍ତି। ଲତା କରୋନାରୁ ସୁସ୍ଥ ହୋଇଥିବା ବ୍ରିଚ କାଣ୍ଡି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଜାନୁୟାରୀ ୮ରେ ଲତା କୋଭିଡ୍‌ର ଶିକାର ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟର ଆରୋଗ୍ୟ କାମନା କରି ଦେଶବ୍ୟାପୀ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରିଥିଲେ। ୯୨ ବର୍ଷୀୟା ଲତା ମଙ୍ଗେସ୍‌କରଙ୍କ ବୟସ ଏବଂ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଆଇସିୟୁରେ ଡାକ୍ତରଙ୍କ କଡା ନଜରରେ ରଖାଯାଇଥିଲା। କରୋନା ଓ ନିମୋନିଆରେ ଆକ୍ରାନ୍ତ ହେବା ପରେ ଲତା ମଙ୍ଗେସ୍‌କରଙ୍କୁ ଜାନୁୟାରୀ ୮ ତାରିଖରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share