୩୩ ବର୍ଷ ବୟସରେ ଲତା ମଞ୍ଜେସକରଙ୍କୁ ଦିଆଯାଇଥିଲା ବିଷ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ ବଡ ଥିଲେ। ମାତ୍ର ୫ ବର୍ଷ ବୟସରୁ ନିଜ ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବାବେଳେ ପିତାଙ୍କ ଦେହାନ୍ତ ଘଟିଥିଲା। ଏହାପରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ଭାଙ୍ଗିପଡିଥିଲା। ଲତା ଘରର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ।
ଆଜି ଏହି ବିଶେଷ ଦିନରେ ଲତା ମଞ୍ଜେସକରଙ୍କ ସଂଘର୍ଷ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେତେବେଳେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ଲତାଙ୍କୁ ୩୩ ବର୍ଷ ହୋଇଥିଲା, ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ସେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଶଯ୍ୟାରୁ ବାହାରି ପାରି ନ ଥିଲେ। ସେହି ସମୟରେ ତାଙ୍କ କ୍ୟାରିଅର୍‌ ପିକ୍‌ରେ ଥିଲା। ଲତା ଜିଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ହେଲା ଏବଂ ପରେ ବାନ୍ତି ମଧ୍ୟ ଆରମ୍ଭ ହେଲା। ତାଙ୍କ ଅବସ୍ଥା ବିଗିଡି ଯାଇ ତୁରନ୍ତ ଡାକ୍ତରଙ୍କୁ ଡକାଗଲା। ଏହା ପରେ ଡାକ୍ତର କହିଥିଲେ ଯେ, ତାଙ୍କୁ ମୃଦୁ ବିଷ ଦିଆଯାଇଥିଲା। କୁହାଯାଏ ଯେ, ଲତା ଜୀଙ୍କୁ ତାଙ୍କ ଖାଦ୍ୟରେ ବିଷ ଦିଆଯାଇଥିଲା। ଶରୀରକୁ ଦୀର୍ଘ ସମୟ ଧରି ପ୍ରଭାବିତ କରିଥିଲା ଏବଂ ସେ ତିନିମାସ ପର୍ଯ୍ୟନ୍ତ ବିଛଣାରେ ଶୋଇଥିଲେ। ଏକ ସାକ୍ଷାତକାର ସମୟରେ ଲତା ମଙ୍ଗେଶକର ନିଜେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଜାଣନ୍ତି କିଏ ତାଙ୍କୁ ବିଷ ଦେଉଛି କିନ୍ତୁ ତାଙ୍କର କୌଣସି ପ୍ରମାଣ ନାହିଁ।

ଲତା ଦିଦି ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । ସେ ଗୀତ କ୍ଷେତ୍ରରେ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି। ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଲତା ଦିଦି କୋଡ଼ିଏରୁ ଅଧିକ ଭାରତୀୟ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ।

Share