ସିଲ୍‌ ହେଲା ଲତାଙ୍କ ଘର

ମୁମ୍ବାଇ,୩୦।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇ ସାରିଛି। କରୋନା କବଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆସି ଗଲେଣି। ବଲିଉଡ୍‌ ମହାନାୟକ ବିଗ୍‌ ବିଙ୍କଠାରୁ ଆରମ୍ଭ କରି ଆଉ କେତେଜଣ ସେଲିବ୍ରିଟି ମଧ୍ୟ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ରବିବାର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଘରକୁ ସିଲ୍‌ କରି ଦିଆଯାଇଛି। ତେବେ ଲତା ଓ ତାଙ୍କ ପରିବାର ସୁସ୍ଥ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। କରୋନା ଭାଇରସ ଅଧିକ ପରିମାଣରେ ବୟସ୍କ ଓ ପିଲାମାନଙ୍କୁ ସଂକ୍ରମିତ କରୁଥିବାରୁ ଏବେ ମହାରାଷ୍ଟ୍ରର ଯେଉଁ ଅଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ରହୁଛନ୍ତି ସେପରି ଅଞ୍ଚଳକୁ ସିଲ୍‌ କରି ଦିଆଯାଉଛି ବୋଲି ଜଣାପଡିଛି। ତେଣୁ ଲାତା ମଙ୍ଗେସକର ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ତାଙ୍କ ଘରକୁ ସିଲ୍‌ କରଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ, ଦକ୍ଷିଣ ମୁମ୍ବାଇର ପିଦାର ରୋଡରେ ଥିବା ପ୍ରଭୁକୁଞ୍ଜ ବିଲ୍ଡିଂରେ ରହୁଛନ୍ତି ୯୦ ବର୍ଷୀୟା ଗାୟିକା ଲତା ମଙ୍ଗେସକର।

Share