ନିଜ ଗୀତ ଶୁଣୁ ନ ଥିଲେ ସୁରସାମ୍ରାଜ୍ଞୀ

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଥିଲେ ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣୁ ନ ଥିଲେ ସେ। ଆମେ କହୁଛୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ କରୁଥାଇପାରେ। ହେଲେ କଥାଟି ଏକଦମ୍‌ ସତ।

ଲତାଙ୍କ ଅତି ନିକଟତର ବ୍ୟକ୍ତିମାନଙ୍କ ମଧ୍ୟରୁ ହରିଶ ଭୀମାନୀ ଥିଲେ ଅନ୍ୟତମ। ସେ ତାଙ୍କ ସହ ୧୪୨ ଶୋ’ କରିଥିଲେ। ଏପରିକି ଲତାଙ୍କ ଉପରେ ସେ ଏକ ପୁସ୍ତକ ରଚନା କରିଛନ୍ତି। ହରିଶ ଏକ ସାକ୍ଷାତକାରରେ ଲତାଙ୍କ ବିଷୟରେ ସାଇତି ରଖିଥିବା ସ୍ମୃତିକୁ ବଖାଣିବା ବେଳେ ଅନେକ କଥା ଉପରୁ ପରଦା ଉଠାଇଥିଲେ। ସେଥିରୁ ଗୋଟିଏ ହେଲା ନିଜ ଗୀତ ନିଜେ ନ ଶୁଣିବା।

ସବୁବେଳେ ଶିଖିବାକୁ ଚାହୁଁଥିଲେ ଲତା। ନିଜ ଗୀତ ଶୁଣିବା ବେଳେ ସେ କରିଥିବା ସବୁ ଭୁଲଗୁଡ଼ିକୁ ଧରି ନେଉଥିଲେ। ସେସବୁ ଦୁନିଆ ନ ଜାଣିପାରିଲେ ହେଁ ସେ ଜାଣୁଥିଲେ। ଏଣୁ କେବେହେଲେ ସେ ନିଜ ଗୀତ ଶୁଣୁ ନ ଥିଲେ ବୋଲି ହରିଶ କହିଥିଲେ।

Share