ହୀରା ଆଉ ଶାଢ଼ି କିଣିବାକୁ ପସନ୍ଦ କରନ୍ତି ଲତା

ମୁମ୍ବାଇ: ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରୁଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ରବିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତ ବ୍ୟତୀତ ଲତା ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ଲତା ସବୁବେଳେ କ୍ରିକେଟ ଖେଳ ଦେଖିବାକୁ ପସନ୍ଦ କରନ୍ତି। ସଙ୍ଗୀତରୁ ଟିକେ ସମୟ ବାହାର କରି ସେ କ୍ରିକେଟ ଦେଖନ୍ତି। କୁହାଯାଏ, ଲତା ବି ସାଧାରଣ ଜୀବନ ବିତାଉଥିବା ଜଣେ ମହିଳା ଥିଲେ। ତାଙ୍କର କିଛି ଛୋଟମୋଟ ସଉକ ବି ଥିଲା। ଏହି ସଉକ ବିଷୟରେ ସେ ଏକ ସାକ୍ଷାତକାରରେ କହିଥିଲେ।

ସେ କହିଥିଲେ, ହୋଟେଲ ତାଜମହଲ ଯିବାକୁ ପସନ୍ଦ କରନ୍ତି। ସେଠାକୁ ଯାଇ କିଛି ସମୟ ଗପସପ କରନ୍ତି। ତାଙ୍କୁ ଶାଢ଼ି କିଣିବା ବହୁତ ପସନ୍ଦ ଥିଲା। ଏଥିପାଇଁ ଶାଢ଼ି କିଣିବା ପାଇଁ ଦୋକାନ ଯାଆନ୍ତି। ଏହା ବ୍ୟତୀତ ହୀରା ତାଙ୍କର ସବୁଠୁ ପସନ୍ଦ ଥିଲା। ହୀରାର ଗହଣା ସେ କିଣିଥାନ୍ତି।

ଲତା ସାରା ଜୀବନକୁ ସଙ୍ଗୀତରେ ସମର୍ପିତ କରିଥିଲେ। ସଙ୍ଗୀତ ଜୀବନ ଲତାଙ୍କ ପାଇଁ ବହୁ ସଂଘର୍ଷମୟ ଥିଲା। ପ୍ରଥମେ ଲତାଙ୍କ କଣ୍ଠକୁ ପସନ୍ଦ କରୁ ନ ଥିଲେ ବଡ଼ ବଡ଼ ସଙ୍ଗୀତଜ୍ଞମାନେ। ଲତା ୧୯୪୫ ମସିହାରେ ଫିଲ୍ମ ‘ବଡ଼ି ମା’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ସାନ ଭଉଣୀ ଆଶା ଭୋଁସଲେ ବି ଥିଲେ। ପ୍ରଥମେ ଲତାଙ୍କ ସ୍ବରକୁ କେହି ପସନ୍ଦ କରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଲତାଙ୍କ କଣ୍ଠସ୍ବର ସମସ୍ତଙ୍କ ହୃଦୟ ଜିଣିଥିଲା।

Share