ପୁଅ ପେଟରେ ଥିବାବେଳେ ଅଭିନେତା ସ୍ବାମୀ ଛାଡି ଚାଲିଗଲେ: ଏବେ କରୋନା କବଳରେ ମା’ପୁଅ

କନ୍ନଡ଼ ଫିଲ୍ମର ସ୍ବର୍ଗତ ଅଭିନେତା ଚିରଞ୍ଜୀବି ସରଜାଙ୍କ ସ୍ତ୍ରୀ ମେଘନା ରାଜ ଏବଂ ତାଙ୍କ ପୁଅ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ମେଘନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ଯେଉଁମାନେ ସେମାନଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇନେବାକୁ ମେଘନା ନିବେଦନ କରିଛନ୍ତି।
ମେଘନା ୭ ମାସର ଗର୍ଭବତୀ ଥିବାବେଳେ ସ୍ବାମୀ ଚିରଞ୍ଜୀବଙ୍କ ପରଲୋକ ଘଟିଥିଲା। ଏଥିରେ ସେ ଭାଙ୍ଗି ନ ପଡ଼ି ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଥିଲେ। ମେଘନା ଗତ ଦେଢ଼ ମାସ ହେବ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ।

Share