ବମ୍ବେ: ଶୁକ୍ରବାର ଥିଲା ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫଙ୍କ ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଶୁଭେଚ୍ଛା ଜଣାଇଥିଲେ। ହେଲେ ଜଣେ ସେଥିରୁ ଗାଏବ ଥିଲେ। ସେ ହେଲେ କଟ୍ରିନାଙ୍କ ପୂର୍ବ ପ୍ରେମିକ ତଥା ଅଭିନେତା ସଲମାନ ଖାନ୍। ଭାଇଜାନଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଥିବା ବେଳେ ଅଭିନେତା ସନ୍ଧ୍ୟା ପରେ ଏକ ପୋଷ୍ଟ କରିଥିଲେ।
ନିଜର ଇନ୍ଷ୍ଟ୍ରାଗ୍ରାମରେ ‘ଦ କପିଲ ଶର୍ମା’ ଶୋ’ର ସେଟ୍ରୁ କଟ୍ରିନାଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ଶେୟାର କରି ସେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାପ୍ଶନରେ ସେ ଲେଖିଛନ୍ତି, ତୁମକୁ ସୁନ୍ଦର ଜନ୍ମଦିନର ଶୁଭେଚ୍ଛା କଟ୍ରିନା। ସୁସ୍ଥ, ଧନୀ, ବୁଦ୍ଧିମାନ ଜନ୍ମଦିନର ଶୁଭକାମନା। ବହୁତ ଭଲପାଇବା ଏବଂ ସମ୍ମାନ।
ତେବେ କେବଳ ବ୍ୟକ୍ତିଗତ ଜୀବନରେ ନୁହେଁ ବରଂ ଅଭିନୟରେ ମଧ୍ୟ ଉଭୟଙ୍କ ଯୋଡ଼ି ବେଶ ଜମିଛି। ‘ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ମୈନେ ପ୍ୟାର୍ କ୍ୟୁ କିୟା’ , ‘ପାର୍ଟନର’ ଭଳି ଫିଲ୍ମରେ ସେମାନେ ଏକାଠି କାମ କରିଛନ୍ତି। ଏଣୁ କଟ୍ରିନାଙ୍କୁ ବଲିଉଡ୍ରେ ପରିଚୟ କରିବାରେ ତଥା ତାଙ୍କ କ୍ୟାରିୟର ଗଢ଼ିବାରେ ସଲମାନଙ୍କ ହାତ ଥିବା କୁହାଯାଏ।