ପାଟଣା ରେଞ୍ଜରେ ଗଜରାଜଙ୍କ ଆତଙ୍କରାଜ

ପାଟଣା,୧୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୫ ଦିନ ହେବ ଗଜରାଜଙ୍କ ଆତଙ୍କରାଜ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ୨୬ ଟିକିଆ ବଣୁଆ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏହି ହାତୀପଲ ୪ ଜଣଙ୍କ ଘର ଭାଙ୍ଗି ଘରେ ଥିବା ଧାନ ଚାଉଳକୁ ଖାାଇ ଦେଇଛନ୍ତି। ଏଥି ସହ ହାତୀପଲ ମାଛଗଡ଼, ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଫସଲକୁ ନଷ୍ଟ କରିଛନ୍ତି। ହାତୀପଲ କୁମୁଳାବାହାଳି ଗ୍ରାମର କୁମୁଦ ମହାନ୍ତଙ୍କ ୩ ବଖରା ଖପର ଘର, ବନବୀର ଗ୍ରାମର ଧନୁର୍ଯ୍ୟୟ ମହାନ୍ତଙ୍କ ଗୋଟିଏ ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଶୋଇଥିବା ଦୁଇ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀପଲ ଏବେ ପଇତାମଜା ଗାଁ ନିକଟରେ ଥିବା ବନବିଭାଗ ସୂଚନା ଦେଇଛି। ଖୁବ୍‌ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Share