ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ମୃତ୍ୟକୁ ଏପର୍ଯ୍ୟନ୍ତ ଭୁଲିପାରି ନ ଥିବା କମଲରୁ ସୋଶିଆଲ ମିଡିଆରେ ଏହାର ଖୁଲାସା କରିଛନ୍ତି। ଏକ ପୋଷ୍ଟ ଲେଖି ସେ କହିଛନ୍ତି ଯେ, ମୁଁ ଜେଣ ପାର୍ସୀ ଝିଅ। ୱାଜିଦ ମୁସଲମାନ ଥିଲେ। ସ୍ପେଶାଲ ମ୍ୟାରେଜ ଆକ୍ଟରେ ଆମେ ଦହେଁ ବିବାହ କରିଥିଲୁ। କିନ୍ତୁ ବିବାହ ପରେ ଅନ୍ୟ ଜାତିର ହୋଇଥିବାରୁ ଧର୍ମ ଆଧାରରେ ମୋତେ ଅନେକ ଭେଦଭାବର ଶିକାର ହେବାକୁ ପଡିଥିଲା। ଯାହା ଲଜ୍ୟାଜନକ। ଗତ ଜୁନ୍‌ ୧ରେ କରୋନାରେ ୱାଜିଦଙ୍କ ପରଲୋକ ଘଟିଥିଲା। ବଲିଉଡ୍‌ରେ ସେ ତାଙ୍କ ଭାଇ ଓ୍ବାଜିଦ୍‌ଙ୍କ ସହ ମିଶି ଅନେକ ଗୀତ ଗାଇଥିଲେ। ଏହି ଯୋଡି ଦବଙ୍ଗ ଏକ ଥା ଟାଇଗର, ୱଣ୍ଟେଡ, ବୀର, ହାଉସଫୁଲ୨, ଭଳି ଫିଲ୍ମରେ ଗୀତ ସଂଯୋଜନା କରିଥିଲେ।

Share