ଶେଖ ହାସିନାଙ୍କ ଚାକର ୨୮୪ କୋଟିର ମାଲିକ, ହେଲେ ନିଜ ପାଖରେ ରହିଛି ମାତ୍ର…

ଢାକା,୬।୮: : ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ଦହ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। ବାଂଲାଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହାସିନାଙ୍କ ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ଆରମ୍ଭ ହୋଇଛି। ଦୀର୍ଘ ସମୟ ଧରି ଏକ ଦେଶର ସରକାରର ମୁଖ୍ୟ ହେବାର ରେକର୍ଡ ଶେଖ ହସିନାଙ୍କ ନାମରେ ରହିଛି। କାରଣ, ସେ ୨୦୦୯ରୁ ବାଂଲାଦେଶରେ କ୍ଷମତାରେ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଶେଖ ହାସିନାଙ୍କ ନିଟ ମୂଲ୍ୟ ତାଙ୍କ ଚାକରଙ୍କ ତୁଳନାରେ ବହୁତ କମ୍‌ ଅଟେ।

ବାସ୍ତବରେ, ନିକଟରେ ଏକ ଖବର ଆସିଥିଲା ଯେ ହାସିନାଙ୍କ ଘରେ କାମ କରୁଥିବା ଚାକର ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏହି ଘଟଣାର ତଦନ୍ତ ପାଇଁ ହସିନା ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଘରେ କାମ କରୁଥିବା ଜାହାଙ୍ଗୀର ଆଲାମ ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରି ଆମେରିକାରେ ରହୁଥିବା ଜଣାଯାଇଛି। ପ୍ରଶ୍ନ ହେଉଛି ଯେତେବେଳେ ହସିନାଙ୍କ ଚାକରଙ୍କ ପାଖରେ ଏତେ ଟଙ୍କା ଥାଏ, ତେବେ ହାସିନାଙ୍କ ସମ୍ପତ୍ତି କେତେ ହେବ?

୨୦୨୪ ବର୍ଷ ଆରମ୍ଭରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ହାସିନା ନିର୍ବାଚନ ଆୟୋଗଙ୍କୁ ତାଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ। ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଆଫିଡେଭିଟ ଅନୁଯାୟୀ ହାସିନାଙ୍କ ମୋଟ ସମ୍ପତ୍ତି ହେଉଛି ୪.୩୬ କୋଟି ବାଂଲାଦେଶୀ ଟଙ୍କା (୩.୧୪ କୋଟି ଭାରତୀୟ ଟଙ୍କା)। ଶେଖ ହାସିନା କହିଛନ୍ତି ଯେ ତାଙ୍କ ଆୟର ଏକ ପ୍ରମୁଖ ଅଂଶ ଚାଷରୁ ଆସିଥାଏ।

ହାସିନାଙ୍କ ନାମରେ ୬ ଏକର କୃଷି ଜମି ଅଛ। ମତ୍ସ୍ୟ ଚାଷ ମଧ୍ୟ ତାଙ୍କର ରୋଜଗାରର ଉତ୍ସ। ହାସିନାଙ୍କ ପାଖରେ ଉପହାର ଭାବରେ ମିଳିଥିବା ଏକ କାର ମଧ୍ୟ ଅଛି । ପ୍ରଧାନମନ୍ତ୍ରୀ ଭାବରେ ଶେଖ ହସିନାଙ୍କୁ ବାର୍ଷିକ ଦରମା ୯,୯୨,୯୨୨.00 ଟଙ୍କା ଦରମା ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri