
ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲ୍ରାଉଣ୍ଡରଙ୍କ ତାଲିକାରେ ପୂର୍ବଭଳି ଶୀର୍ଷରେ ରହିଛନ୍ତି। ଏ ନେଇ ଆଇସିସିର ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍ସରେ ଦର୍ଶାଯାଇଛି।
ଚକ୍ରବର୍ତ୍ତୀ ୭୦୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡର ଜ୍ୟାକବ ଡଫି (୭୨୩ ପଏଣ୍ଟ) ଓ ଓ୍ବେଷ୍ଟଇଣ୍ଡିଜ୍ର ଆକିଲ ହୋସେନ(୭୦୭) ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଲେଗ୍ ସ୍ପିନର ରବି ବିଷ୍ଣୋଇ(୬୭୪) ଓ ବାମହାତୀ ପେସର ଅର୍ଶଦୀପ ସିଂ(୬୫୩) ଯଥାକ୍ରମେ ସପ୍ତମ ଓ ଦଶମ ସ୍ଥାନରେ ରହିଛନ୍ତି। ଅକ୍ଷର ପଟେଲ ୧୩ତମ ସ୍ଥାନ ଅଧିକାର କରିଛନ୍ତି। ଯୁବ ଭାରତୀୟ ବାମହାତୀ ଓପ୍ନର ଅଭିଷେକ ଶର୍ମାଙ୍କ ସମେତ ୩ ଭାରତୀୟ ବ୍ୟାଟର ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ସର ଟପ୍-୫ରେ ରହିଛନ୍ତି। ଅଭିଷେକ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।