ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସର୍ବଶେଷ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ୪୦.୦୫ କୋଟି ଲୋକ ଖୋଲିଛନ୍ତି। ଏହି ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ୧.୩୦ ଲକ୍ଷ କୋଟିରୁ ଅଧିକ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (ଡିଏଫଏସ) ଏକ ଟୁଇଟ ଜରିଆରେ ଏହି ସୂଚନା ଦେଇଛି। ପିଏମ୍‌ଜେଡିଓ୍ବାଇ ଅଧୀନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏବେ ଏହା ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ। ଜନ ଧନ ଆକାଉଣ୍ଟରେ ଏହି ସଫଳତା ଯୋଜନାର ଷଷ୍ଠ ବାର୍ଷିକୀ ପୂର୍ବରୁ କିଛି ଦିନ ପୂର୍ବରୁ ହାସଲ କରିଛି। ଏହି ଯୋଜନା ୨୮ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ସହିତ ଯୋଡିବା।

ଜନ ଧନ ଆକାଉଣ୍ଟରେ ଏହି ସୁବିଧା ଉପଲବ୍ଧ
ପିଏମ୍‌ଜେଡିଓ୍ବାଇ ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକ ହେଉଛି ମୌଳିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ
ଏହାସହ ରୁପେ ଡେବିଟ କାର୍ଡ ଏବଂ ଆକାଉଣ୍ଟଧାରୀଙ୍କୁ ଓଭରଡ୍ରାଫ୍ଟ ଦେବା ପାଇଁ ଅତିରିକ୍ତ ସୁବିଧା ଦିଆଯାଏ
ଆକାଉଣ୍ଟ ଧାରକ ସବୁବେଳେ ଏହି ଆକାଉଣ୍ଟରେ ସର୍ବନିମ୍ନ ପରିମାଣ ବଜାୟ ରଖିବା ଆବଶ୍ୟକ ନାହିଁ
ଏହି ଯୋଜନାର ସଫଳତା ପାଇଁ ୨୦୧୮ ଜାନୁୟାରୀ ୨୮ପରେ ଖୋଲାଯାଇଥିବା ଆକାଉଣ୍ଟଧାରୀମାନଙ୍କ ପାଇଁ ସରକାର ଦୁର୍ଘଟଣା ବୀମା ରାଶି ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୧ଲକ୍ଷ ଟଙ୍କା ରଖାଯାଇଥିଲା।
ଏହା ସହିତ ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ସୀମା ମଧ୍ୟ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Share