ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍ ରଙ୍ଗର ବଡିଫିଟ୍ ଡ୍ରେସ୍ ପିନ୍ଧି ଦେଶୀଗର୍ଲ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଲାଟେଷ୍ଟ ଫଟୋ ଶୁଟ୍ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। ପ୍ରିୟଙ୍କା ଆମେରିକୀୟ ସ୍ବାମୀ ନିକ୍ ଜୋନାସଙ୍କ ଏକ ମ୍ୟୁଜିକ୍ ଆଲବମ୍ ‘ସ୍ପେସମ୍ୟାନ’ର ପ୍ରମୋଶନ ପାଇଁ ଏମିତି କରିଛନ୍ତି। ଏଥିରେ ପ୍ରିୟଙ୍କାଙ୍କୁ ଗ୍ଲାମରସ ଲୁକ୍ରେ ଦେଖିବାକୁ ମିଳିଛି।
ଫଟୋରେ ପ୍ରିୟଙ୍କା ମୁଣ୍ଡଠୁ ଗୋଡ଼ ଯାଏ ଏକ ଲାଲ ରଙ୍ଗର ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କର ପୋଜ୍ ମଧ୍ୟ ଜବରଦସ୍ତ ହୋଇଛି। ପ୍ରିୟଙ୍କା ନିଜେ ଏହି ଫଟୋଗୁଡ଼ିକୁ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ନିକ୍ଙ୍କୁ ଅଭିନନ୍ଦନ’। ମୁଁ ଜାଣେ ଏହା ତୁମ ପାଇଁ କେତେ ବ୍ୟକ୍ତିଗତ। ମୋ ପ୍ରତି ତୁମର ଭଲପାଇବା ପାଇଁ ମୁଁ କୃତଜ୍ଞ। ଏହି ଆଲବମ୍ ହେଉଛି କଳାର ଏକ ଉଦାହରଣ। ଏଗୁଡ଼ିକୁ ମଧ୍ୟରୁ ଅଧିକାଂଶ ଗୋଟିଏ ବ୍ୟାଙ୍ଗର’। ମୁଁ ତୁମକୁ ଭଲ ପାଏ।