ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ରକୁଲ ନିଜର ଇନ୍ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ମାଳଦ୍ୱୀପରେ ପରିବାର ସହ ସେ ଛୁଟି କାଟୁଥିବା ଫଟୋରେ ଦେଖିବାକୁ ମିଳିଛି। ତାଙ୍କ ଭାଇ ମଧ୍ୟ ଏହି ଟ୍ରିପରେ ସାମିଲ ହୋଇଛନ୍ତି। ରକୁଲ କମଳା ରଙ୍ଗର ବିକିନି ପିନ୍ଧି ଏକ ଫଟୋ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସେହିପରି ଅନ୍ୟ ଏକ ଫଟୋରେ ରକୁଲ ସମୁଦ୍ର କୂଳରେ ବ୍ୟାୟାମ କରୁଥିବା ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ମୁଁ ସମୁଦ୍ରରୁ ମୋର ଭିଟାମିନ ଡି ଡୋଜ ନେଉଛି। ଏହି ଫଟୋକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।