Categories: ଜାତୀୟ

ପାଟନା ଲାଠିଚାର୍ଜ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ନେଲେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୧।୮: ବିହାରର ରାଜଧାନୀ ପାଟନାରେ ଭାଜପା ନେତାଙ୍କ ଉପରେ ଲାଠିଚାର୍ଜ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ଲାଠିଚାର୍ଜକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ବଡ କାର୍ଯ୍ୟାନୁଷ୍ଠାନ ନେଇ ପାଟନା ଜିଲାଧିକାରୀ (ପାଟନା ଡିଏମ) ଚନ୍ଦ୍ରଶେଖର ସିଂ ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକ ରାଜୀବ ମିଶ୍ରାଙ୍କ ନିକଟକୁ ସମନ ପଠାଇଛନ୍ତି।

ଜୁଲାଇ ୧୩ରେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବିହାର ସରକାର ବିରୋଧରେ ଭାଜପା ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ ସମୟରେ ପାଟନା ପୋଲିସ ଲାଠିଚାର୍ଜ କରିଥିଲା। ବିହାରର ସାରଣରୁ ଭାଜପା ଏମ୍‌ପି ଜନାର୍ଦନ ସିଗ୍ରିୱାଲ ଲୋକ ସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ, ଜଣେ ଜନ ପ୍ରତିନିଧୀ ହୋଇଥିଲେ ମଧ୍ୟ ଷଡଯନ୍ତ୍ରର ଅଧୀନରେ ତାଙ୍କୁ ଲାଠିରେ ପିଟା ଯାଇଥିଲା।

ବାଚସ୍ପତିଙ୍କୁ ଦିଆଯାଇଥିବା ଅଭିଯୋଗରେ ସିଗ୍ରିୱାଲ କହିଛନ୍ତି ଯେ, ଲାଠିଚାର୍ଜ ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏହି ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଅନେକ ଦିନ ହସ୍ପିଟାଲରେ ଚିକିତ୍ସା କରିବାକୁ ପଡିଥିଲା।

Share