ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’

ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପୀଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲାର ପ୍ରସିଦ୍ଧ ହସ୍ତଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ ତାଙ୍କ ହସ୍ତଶିଳ୍ପ ‘ତୁମ୍ବା କ୍ରାଫ୍ଟ’ର ପ୍ରଦର୍ଶନ ପାଇଁ ମେଳାରେ ସ୍ଥାନ ପାଇଛନ୍ତି।

ରାୟଗଡାର ତୁମ୍ବା କ୍ରାଫ୍ଟ ଗୁଜରାଟରେ ସମସ୍ତଙ୍କ ମନ ଜିଣିପାରିଛି ଓ ଉଚ୍ଚ ପ୍ରଶଂସିତ ହୋଇପାରିଛି। ଉଦଘାଟନ ଉତ୍ସବରେ ଗୁଜରାଟର ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ ମନ୍ତ୍ରୀ ରାଘବଜୀ ପଟେଲଙ୍କୁ ରାୟଗଡା ତୁମ୍ବା କ୍ରାଫ୍ଟ ଆର୍କଷିତ କରବା ସହ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ତୁମ୍ବା କ୍ରାଫ୍ଟଟି ସମସ୍ତଙ୍କର ହୃଦୟକୁ ଜିତିପାରିଛି ବୋଲି ହସ୍ତଶିଳ୍ପୀ ପାଣ୍ଡିଆ କହିଛନ୍ତି। ଏହି ମେଳା ଆସନ୍ତା ଡିସେମ୍ବର ୪ ତାରିଖ ଯାଏଁ ଚାଲିବ ବୋଲି ଜଣାପଡ଼ିଛି।
ପ୍ରକାଶଥାଉ କି,ଆଦିବାସୀ ବହୁଳ ରାୟଗଡା ଜିଲାରେ ପୂର୍ବରୁ ଆଦିବାସୀମାନେ ଲାଉକୁ ବିଭିନ୍ନ ଆକୃତିରେ ପାରିମ୍ପରିକ ତୁମ୍ବାର, ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ। ହେଲେ ସେଗୁଡିକର ଠିକ ବଜାରୀକରଣ ବ୍ୟବସ୍ଥା ହୋଇ ପାରି ନ ଥିଲା। ଫଳରେ ରାୟଗଡା ଜିଲାରେ ଏହାର ଚାହିଦା ମଧ୍ୟ ହ୍ରାସ ପାଇଥିଲା । ତେବେ ହସ୍ତଶିଳ୍ପୀ ପାଣ୍ଡିଆ ଗତ ୧୨ବର୍ଷ ତଳେ ବିଲୁପ୍ତ ପ୍ରାୟ ଲାଉ ତୁମ୍ବାରେ ନୂଆ ଡିଜାଇନ ତୁମ୍ବା କ୍ରାଫପ୍ରସ୍ତୁତ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ । ଓଡିଶା ସରକାରଙ୍କ ରାୟଗଡା ଓର୍‌ମାସ ପକ୍ଷରୁ ଅହମ୍ମଦାବାଦଠାରେ ଅନୁଷ୍ଠିତ ମେଳାରେ ଅଂଶଗ୍ରହଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବା ହସ୍ତଶିଳ୍ପି ପାଣ୍ଡିଆ ପ୍ରକାଶ କରିଛନ୍ତି।

Share