କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଆରମ୍ଭ କରାଯାଇଛି। ଏଥିରେ ମୋଟ ୬୭ଟି କୋଇଲା ଖଣି ନିଲାମରେ ସାମିଲ ହୋଇଥିଲା। କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ଜି. କିଶନ ରେଡ୍ଡୀ ହାଇଦ୍ରାବାଦରେ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା ଏବଂ ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଉପସ୍ଥିତିରେ ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଶୁଭାରମ୍ଭ କରିଛନ୍ତି। ନିଲାମ ପାଇଁ ଦିଆଯାଇଥିବା ଏହି ୬୭ଟି କୋଇଲା ଖଣି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଆଦି ରାଜ୍ୟରେ ରହିଛି। କୋଇଲା ଦଶମ ପର୍ଯ୍ୟାୟ ପାଇଁ ମଧ୍ୟ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାନ, ୪୦%ରୁ ଅଧିକ ଜଙ୍ଗଲ କ୍ଷେତ୍ର, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଅଧୀନରେ ଥିବା ଖଣିଗୁଡିକ ଏହି ନିଲାମରୁ ବାଦ୍‌ ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ ରେଡ୍ଡୀ କହିଛନ୍ତି, ସମସ୍ତ ଶିଳ୍ପ ପାଇଁ ଲାଇଫ୍‌ଲାଇନ ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନିଲାମ ହୋଇଥିବା କୋଇଲା ଖଣିରୁ ମିଳିଥିବା ରାଜସ୍ବ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିକଟକୁ ଯିବ ବୋଲି ସୂଚନା ରହିଛି। ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା କହିଛନ୍ତି, ଦେଶର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲାର ବିଦେଶୀ ଆମଦାନୀ ଯଥେଷ୍ଟ ହ୍ରାସ ପାଇଛି ଏବଂ ଗତ ଆର୍ଥିକ ବର୍ଷରେ ପ୍ରାୟ ୧ ବିଲିୟନ ଟନ୍‌ (ବିଟି) କୋଇଲା ଉତ୍ପାଦନ ହୋଇଛି। ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି , କୋଇଲା କ୍ଷେତ୍ରକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ କୋଇଲା ଶିଳ୍ପ ସହ ଜଡ଼ିତ ଏଜେଣ୍ଟମାନଙ୍କ ଠାରୁ ପରାମର୍ଶ ନିଆଯାଉଛି। କୋଇଲା ମନ୍ତ୍ରଣାଳୟର ସଚିବ ଅମୃତ ଲାଲ ମୀନା କହିଛନ୍ତି, ବଢ଼ୁଥିବା ଶକ୍ତି ଚାହିଦାକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଉତ୍ପାଦନ ବୃଦ୍ଧି ପାଇଁ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ବିପଦ ନ ହେବା ଉଚିତ ବୋଲି ସେ କହିଛନ୍ତି। କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନିଯୁକ୍ତ ପ୍ରାଧିକରଣ ଏମ୍‌. ନାଗରାଜୁ କୋଇଲା ଚାହିଦା ବୃଦ୍ଧି ହେତୁ ଅଧିକ କୋଇଲା ବ୍ଲକ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri