ନୂଆଦିଲ୍ଲୀ,୮।୧: ଦେଶର ୩ଟି ରାଜ୍ୟରେ ଆଦାନୀ ଗ୍ରୁପ୍ ତା’ର ‘ଏସିସି ଇକୋମ୍ୟାକ୍ସ’ ସିମେଣ୍ଟକୁ ଶୁଭାରମ୍ଭ କରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର। ଏ ନେଇ କମ୍ପାନୀ ସିଇଓ ଅଜୟ କପୁର କହିଲେ, ଆମ ପରିଚାଳନାର ମୂଳରେ ରହିଛି ନିରନ୍ତରତା ଓ ନବସୃଜନ। ଇଏସ୍ଜି ଉପରେ ଗୁରୁତ୍ୱରୋପ କରି ଏସିସି ଇକୋମ୍ୟାକ୍ସ ଏକ ନିରନ୍ତର ଭବିଷ୍ୟତ ଳାଗି ନିର୍ମାଣର ପୁନଃ ସମୀକ୍ଷା ନିମନ୍ତେ ଆମ ଦକ୍ଷତାକୁ ପ୍ରଦର୍ଶିତ କରୁଛି। ଆମର ଏହି ଗ୍ରୀନ୍ କଂକ୍ରିଟ୍ ପ୍ରଯୁକ୍ତି ଆମ ଗ୍ରାହକଙ୍କୁ କାର୍ବନ କମ୍ କରିବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ,ବଜାରରେ ଏସିସି ଇକୋମ୍ୟାକ୍ସ, ଏସିସି ଇକୋମ୍ୟାକ୍ସ ପ୍ଲସ୍, ଏସିସି ଇକୋମ୍ୟାକ୍ସ ପ୍ରୋ ଏବଂ ଏସିସି ଇକୋମ୍ୟାକ୍ସ ଜିରୋ ଭଳି ବିଭିନ୍ନ ପ୍ରକାର ଉପତ୍ାଦ ରହିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।