Categories: ବାଣିଜ୍ୟ

ଏୟାରଟେଲ୍‌ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୩।୮: ଏୟାରଟେଲ୍‌ ପକ୍ଷରୁ ପ୍ରଥମ ସ୍ବୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟ୍‌ଫର୍ମ ‘ଏୟାରଟେଲ୍‌ ଆଇ କ୍ୟୁ ରିଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ବ୍ୟାବସାୟିକ ସଂସ୍ଥା-ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ ନିର୍ଦ୍ଧାରିତ ଗ୍ରାହକବର୍ଗଙ୍କୁ ପରିଚାଳନା କରିବାରେ ସକ୍ଷମ କରିବ।
ଏ ସମ୍ପର୍କରେ ଏୟାରଟେଲ୍‌ ବିଜ୍‌ନେସ୍‌ର ଡିଜିଟାଲ୍‌ ପ୍ରଡକ୍ଟସ୍‌ ଆଣ୍ଡ୍‌ ସର୍ଭିସେସ୍‌ ମୁଖ୍ୟ ଅଭିଷେକ ବିଶ୍ୱାଳ କହିଛନ୍ତି, ଆମେ ଯାହା ବି କିଛି କରୁଛୁ,ତା’ର କେନ୍ଦ୍ରସ୍ଥଳରେ ଗ୍ରାହକମାନେ ରହିଛନ୍ତି। ବିଶେଷକରି ଏସ୍‌ଏମ୍‌ବିମାନଙ୍କ ଗ୍ରାହକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ସେମାନଙ୍କ ଲାଗି ଆମେ ଏୟାରଟେଲ୍‌ ଆଇକ୍ୟୁ ରିଚ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଛୁ। ଆମ ଗ୍ରାହକମାନେ ସେମାନଙ୍କ ଗ୍ରାହକ ସଂଗ୍ରହ ଖର୍ଚ୍ଚକୁ କମ୍‌ କରି ଏବଂ ଅଭିନବ ସମାଧାନ ଜରିଆରେ ବ୍ୟକ୍ତିଗତ ଯୋଗାଯୋଗ ସହ ଠିକ୍‌ ସମୟରେ ପ୍ରକୃତ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କ ବ୍ୟବସାୟ ବଢ଼ାଇବା ଲାଗି ଏହି ପ୍ଲାଟ୍‌ଫର୍ମକୁ ବ୍ୟବହାର କରିପାରିବେ। ଉକ୍ତ ଅଭିଯାନର ଫଳପ୍ରଦତା ଜାଣିବାରେ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମ ଏକ କେନ୍ଦ୍ରୀୟ ଡ୍ୟାସ୍‌ବୋର୍ଡରେ ବାସ୍ତବ ସମୟ ତଥ୍ୟ ଓ ବ୍ୟାପକ ବିଶ୍ଳେଷଣ ପ୍ରଦାନ କରୁଛି। ମାର୍କେଟିଂ ଅଭିଯାନ ଯୋଜନା ପ୍ରସ୍ତୁତ କରିବା ବେଳେ ସଠିକ ଗ୍ରାହକ ଚିହ୍ନଟ କରିବା, ଅଭିଯାନର ଫଳପ୍ରଦତାକୁ ଟ୍ରାକ୍‌ କରିବା, ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ବିବିଧ ମାଧ୍ୟମର ପରିଚାଳନା କରିବା ଆଦି ବେଳେ ଦେଖା ଦେଉଥିବା ପ୍ରମୁଖ ଆହ୍ବାନଗୁଡ଼ିକୁ ସମାଧାନ କରିବାରେ ଏୟାରଟେଲ୍‌ ଆଇକ୍ୟୁ ରିଚ୍‌ ଏସ୍‌ଏମ୍‌ବିଗୁଡ଼ିକ ପାଇଁ ସହାୟକ ହେବ।

Share