Categories: ବାଣିଜ୍ୟ

ଆକ୍ସିସ ବ୍ୟାଙ୍କ ପ୍ରିଭିଲେଜ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୧।୧୨: ଆକ୍ସିସ୍‌ ବ୍ୟାଙ୍କ ଓ ଆମେରିକାନ୍‌ ଏକ୍ସପ୍ରେସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ଓ ସହଭାଗିତା ନିକଟରେ ହୋଇଯାଇଛି। ଏପରିକି ଆମେରିକାନ ଏକ୍ସପ୍ରେସ୍‌ ନେଟ୍‌ୱର୍କରେ ଆକ୍ସିସ୍‌ ବ୍ୟାଙ୍କ ପ୍ରିଭିଲେଜ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସହଭାଗିତା ଯୋଗୁ ଆକ୍ସିସ୍‌ ବ୍ୟାଙ୍କର ଗ୍ରାହକମାନେ ଆମେରିକାନ୍‌ ଏକ୍ସପ୍ରେସ୍‌ ନେଟ୍‌ୱର୍କରେ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ଲାଭଗୁଡ଼ିକ ପାଇପାରିବେ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଅଧ୍ୟକ୍ଷ ତଥା କାର୍ଡସ୍‌ ଓ ପେମଣ୍ଟ୍‌ସ୍‌ ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି,ଆକ୍ସିସ୍‌ ବ୍ୟାଙ୍କରେ ଆମେ ଗ୍ରାହକଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବା ପାଇଁ ନିରନ୍ତର ଅଭିନବ କାର୍ଯ୍ୟ କରୁଛୁ। ବ୍ୟାଙ୍କର ପ୍ରିମିୟମକରଣ ରଣନୀତି ଅନୁଯାୟୀ, ଆମର ଗ୍ରାହକମାନଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ପ୍ରସ୍ତାବ ବଜାରକୁ ଆଣିବା ପାଇଁ ଆମେ ଆମେରିକାନ୍‌ ଏକ୍ସପ୍ରେସ୍‌ ସହଣ୍‌ ଭାଗୀଦାରି କରି ବେଶ୍‌ ଆନନ୍ଦିତ ଅଛୁ। ଏହି ଭାଗୀଦାର ସମୃଦ୍ଧ ଏବଂ ପ୍ରିମିୟମ ଗ୍ରାହକବର୍ଗଙ୍କୁ ସେବା ଯୋଗାଇବା ଦିଗରେ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ। ସେହିଭଳି ଆମେରିକାନ୍‌ ଏକ୍ସପ୍ରେସ୍‌ରେ ଭାରତର ଉପାଧ୍ୟକ୍ଷ ତଥା ଗ୍ଲୋବାଲ ମର୍ଚ୍ଚାଣ୍ଟ ଆଣ୍ଡ ନେଟ୍‌ୱର୍କ ସର୍ଭିସେସ୍‌ ମୁଖ୍ୟ ଅନୁରାଗ ଗୁପ୍ତା କହିଛନ୍ତି,କାର୍ଡ ପ୍ରଦାନ ଦିଗରେ ଆକ୍ସିସ୍‌ ବ୍ୟାଙ୍କ ସହିତ ଆମର ଭାଗୀଦାରକୁ ଆହୁରି ବିସ୍ତାର କରିବାକୁ ଆମେ ଉତ୍ସାହିତ।

Share