Categories: ବାଣିଜ୍ୟ

ଆକ୍ସିସ୍‌ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୯।୧: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂଆ ଆକ୍ସିସ୍‌ କ୍ରିସିଲ ଆଇବିଏକ୍ସ ୫୦:୫୦ ଗିଲ୍ଟ ପ୍ଲସ ଏସ୍‌ଡିଏଲ ଜୁନ ୨୦୨୮ ‘ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ କୌଣସି ପ୍ରଯୁଜ୍ୟ ଏକ୍ସିଟ ଲୋଡ଼ ନାହିଁ, ଏହି ନୂଆ ଫଣ୍ଡ ଅଫର ସବସ୍କ୍ରିପ୍ସନ ଚଳିତ ଜାନୁଆରୀ ୧୬ ପର୍ଯ୍ୟନ୍ତ ଚାଲୁ ରହିବ।

ଏ ସମ୍ପର୍କରେ ଆକ୍ସିସ ଏଏମସିର ଏମ୍‌ଡି ଏବଂ ସିଇଓ ଚନ୍ଦ୍ରେଶ ନିଗମ କହିଛନ୍ତି, ବର୍ତ୍ତମାନର ଫଳାଫଳ, ନିବେଶକଙ୍କୁ ମଧ୍ୟମରୁ ଦୀର୍ଘମିଆଦି ବିନିଯୋଗ ଅବଧି ଉପରେ ପାର୍ଥିବ ସୁଯୋଗ ଉପସ୍ଥାପନ କରୁଛି। ବିଶେଷ କରି ଦାୟିତ୍ୱବାନ ବିନିଯୋଗ କରିବାରେ ବିଶ୍ୱାସ କରୁଥିବା ଏକ ଫଣ୍ଡ ହାଉସ ଭାବେ ଆକ୍ସିସ କ୍ରିସିଲ ଆଇବିଏକ୍ସ ୫୦:୫୦ଗିଲ୍ଟ ପ୍ଲସ ଏସଡିଏଲ ଜୁନ ୨୦୨୮ଇଣ୍ଡେକ୍ସ ଫଣ୍ଡ ନିବେଶକଙ୍କ ନିଷ୍କ୍ରିୟ ଋଣ ପୋର୍ଟଫୋଲିଓରେ ଏକ ଉଲ୍ଲେଖନୀୟ ଯୋଗଦାନ କରିବା ନେଇ ଆମର ବିଶ୍ୱାସ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

 

Share