ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲର ସୁବିଧା ରହିବ।

ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ରହିବ। ପୁରୁଣା କାର୍ଡରେ ୯୫୦ ଏବଂ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏ)ର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ AB PM-JAY ଅଧୀନରେ ଏକ ନୂତନ ଅଲଗା କାର୍ଡ ଦିଆଯିବ।ବରିଷ୍ଠ ନାଗରିକ, ଯାହାର ପରିବାର ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅଂଶୀଦାର ଟପ୍-ଅପ୍ କଭର ପାଇଁ ଯୋଗ୍ୟ ହେବେ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଲାଭାର୍ଥିମାନେ ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ। ଏନେଇ ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜପା ସଭାପତି ଘୋଷଣା କରିଥିଲେ ।

ସେପଟେ ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବଦଳରେ ଏହି ଯୋଜନା ଅଧୀନରେ ବାର୍ଷିକ ୯୬.୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପାଉଥିବା ବେଳେ ପାଖାପାଖି ଏତିକି ଲୋକ ଆୟୁଷ୍ମାନ ଭାରତର ଲାଭ ପାଇପାରନ୍ତି ବୋଲି କୁହାଯାଉଛି। ଭାଜପା ସରକାରକୁ ଆସିଲେ ରାଜ୍ୟରେ ଅନ୍ୟ ସମସ୍ତ ଯୋଜନା ଭଳି ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri