Categories: ବାଣିଜ୍ୟ

ବିଏଏଫ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୩୦।୧୧: ବଜାଜ୍‌ ଫିନ୍‌ସର୍ଭ ଆସେଟ ମ୍ୟାନେଜମେଣ୍ଟର ନୂତନ ଉତ୍ପାଦ ‘ବାଲାନ୍ସଡ ଆଡଭାଣ୍ଟେଜ ଫଣ୍ଡ ବା ବିଏଏଫ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଡେରିଭେଟିଭ ଏବଂ ଫିକ୍ସଡ୍‌ ଇନ୍‌କମ୍‌ ଇନ୍‌ଷ୍ଟ୍ରୁମେଣ୍ଟ ସମେତ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ନିବେଶ କରିବାକୁ ଇଚ୍ଛା କରୁଥିବା ନିବେଶକଙ୍କ ନିମନ୍ତେ ଉପଯୋଗୀ ଏକ ଓପନ-ଏଣ୍ଡେ ଡାଇନାମିକ ଆସେଟ ଆଲୋକେସନ ଫଣ୍ଡ ଭାବେ ପରିଗଣିତ ହେବ। ସେହିଭଳି ବଜାଜ ଫିନ୍‌ସର୍ଭ ବିଏଏଫ୍‌ ଏକ ଅନନ୍ୟ ନିବେଶ ମଡେଲକୁ ଉପଯୋଗ କରୁଛି,ଯେଉଁଥିରେ ବିହେଭିୟରାଲ ସାଇନ୍ସ ଏବଂ ଫାଇନାନ୍ସିଲ ଇନ୍‌ସାଇଟ୍ସର ସମ୍ମିଶ୍ରଣ ରହିଛି। ଏ ସମ୍ପର୍କରେ ବଜାଜ ଫିନ୍‌ସର୍ଭ ଆସେଟ ମ୍ୟାନେଜମେଣ୍ଟର ସିଇଓ ଗଣେଶ ମୋହନ କହିଥିଲେ, ଆମେ ଏକ ନୂତନ ପ୍ରବେଶକାରୀ ହୋଇଥିବା ଦୃଷ୍ଟିରୁ ସବୁକିଛିକୁ ତାଜା ଭାବେ ଦେଖିବା ସୁଯୋଗ ଆମ ପାଇଁ ରହିଛି। ଆମର ବିଏଏଫ୍‌ ସେହି ଆଭିମୁଖ୍ୟରେ ଆଉ ଏକ ଉଦାହରଣ ହୋଇଛି। ଏ କ୍ଷେତ୍ରରେ ଉଭୟ ବିହେଭିୟରାଲ ସାଇନ୍ସ ଏବଂ ଫାଇନାନ୍ସିଆଲ ଇନ୍‌ସାଇଟ (ଆର୍ଥିକ ଅନ୍ତର୍ଦୃଷ୍ଟି) ସମତୁଲ (ବାଲାନ୍ସଡ୍‌) ହୋଇ ରହିଛି, ଯାହା ଆମର ନିବେଶ ନିଷ୍ପତ୍ତିଗୁଡିକ ନେବାରେ ଆମକୁ ସହାୟକ ହେବ। ଆମର ଅନନ୍ୟ ନିବେଶ ଚିନ୍ତାଧାରା ସୂଚନାମତ୍କ, ପରିମାଣାମତ୍କ ଏବଂ ଆଚରଣଗତ ଦିଗକୁ ସମ୍ମିଶ୍ରତ କରି ଆଲ୍‌ଫା ସୃଷ୍ଟି କରିବାକୁ ଚାହୁଁଛି।

Share