ଭୁବନେଶ୍ୱର,୧୭।୩(ବ୍ୟୁରୋ):ଏଣିକି ରାଜ୍ୟରେ ବାଲ୍ ଆଧାର ଯୋଜନା କାର୍ଯ୍ୟକାରୀ ହେବ। ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଜନ୍ମ ପଞ୍ଜୀକରଣ ଓ ଜନ୍ମ ସାର୍ଟିଫିକେଟ୍ ଶିଶୁର ପ୍ରଥମ ଅଧିକାର ହୋଇଥିବାବେଳେ ଏଣିକି ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ତାରିଖ ପଞ୍ଜୀକରଣ କରାଯିବ। ଆଧାର ସଂଯୋଗ ଦ୍ୱାରା ସରକାରୀ ସେବା ପାଇବା ସହଜ ହେବ ବୋଲି ଆଶା କରାଯାଉଛି। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟର ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ଅଭିଭାବକମାନେ ବାଲ ଆଧାର ପ୍ରାପ୍ତ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଧାର ପଞ୍ଜୀକରଣ ପାଇଁ ମାତାପିତାଙ୍କ ମଧ୍ୟରୁ ଜଣଙ୍କର ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ ବାଧ୍ୟତାମୂଳକ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଧାର କାର୍ଡ ପଞ୍ଜୀକରଣ ସର୍ବଦା ସେବା ହୋଇଥିତ୍ବାବେଳେ ଶିଶୁ ଜନ୍ମର ୨୧ ଦିନ ମଧ୍ୟରେ ପଞ୍ଜୀକରଣ କରାଇନେବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।