Advertisement

ବନ୍ଧନ ଏଫ୍‌ସି ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୭: ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍‌ (ଏଫ୍‌ସି) ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂଆ ଫଣ୍ଡ୍‌ ଅଫର୍‌ ୨୦୨୩ ଜୁଲାଇ ୨୪ରେ ବନ୍ଦ ହେବ। ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍‌ ଫଣ୍ଡ୍‌ରେ ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ୍‌ ବିତରଣକାରୀ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ କିମ୍ବା ସିଧାସଳଖ www.bandhanmutual.comରେ ମଧ୍ୟ ନିବେଶ କରାଯାଇପାରିବ। ଏ ସମ୍ପର୍କରେ ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଏହି ନୂଆ ଫଣ୍ଡ୍‌ କ୍ୟାପିଟାଲ ମାର୍କେଟ୍‌, ଏନ୍‌ବିଏଫ୍‌ସି, ଇନ୍‌ସ୍ୟୁରାନ୍ସ ଓ ଫିନ୍‌ଟେକ୍‌ରେ ନିବେଶ ସହିତ ଅଧିକ ବହୁମୁଖୀ ହୋଇ ପାରମ୍ପରିକ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରଠାରୁ ଆଗକୁ ଯିବ ଏବଂ ନିବେଶକଙ୍କୁ ଭାରତର ଦୀର୍ଘାବଧି ଅଭିବୃଦ୍ଧି କାହାଣୀରୁ ଲାଭାନ୍ବିତ ହେବା ପାଇଁ ସୁଯୋଗ ଦେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel