Categories: ଜାତୀୟ

୨ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁଭାରମ୍ଭ

ବାରାଣସୀ , ୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ପୂର୍ବ ସରକାରଗୁଡ଼ିକ ବାସ୍ତବତାକୁ ନ ଦେଖି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ଯୋଜନା ପ୍ରସ୍ତୁତ କରୁଥିଲେ। ଆଜିର କଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ହିତାଧିକାରୀ ପ୍ରକୃତ ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟର ଉଦାହରଣ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୋରଖପୁରରେ ଗୀତା ପ୍ରେସ୍‌ର ଶତବାର୍ଷିକୀ ଉତ୍ସବ ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇଥିଲେ। ସେ ଗୋରଖପୁର ରେଳଷ୍ଟେଶନରୁ ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହା ବ୍ୟତୀତ ଉଭୟ ସହରରେ ଅନେକ ବିକାଶମୂଳକ ପ୍ରକଳ୍ପର ସେ ଉଦ୍‌ଘାଟନ କରିଥିଲେ।

Share