Categories: ବାଣିଜ୍ୟ

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଅଭିଯାନ ଅଧୀନରେ କମ୍ପାନୀ ସର୍ବନିମ୍ନ ୪୯,୯୯୯ ଟଙ୍କା ମୂଲ୍ୟରେ ବ୍ରାଣ୍ଡ୍‌ର ଏସ୍‌୧ ପୋର୍ଟଫୋଲିଓ ପ୍ରବେଶ ସମ୍ପର୍କରେ ଘୋଷଣା କରିଛି। ଏହାବ୍ୟତୀତ କମ୍ପାନୀ ୩୭,୦୦୦ ଟଙ୍କା ପର୍ଯ୍ୟନ୍ତ ପାର୍ବଣ ଲାଭର ମଧ୍ୟ ଶୁଭାରମ୍ଭ କରିଛି, ଯେଉଁଥିରେ ହାଇ ପରଚାର୍ଜିଂ କ୍ରେଡିଟ୍‌, ମୁଭ୍‌ଓଏସ୍‌+ଅପ୍‌ଗ୍ରେଡ୍‌, ଅତୁଳନୀୟ ଅଫର ସମେତ ଆକ୍‌ସେସରି ଓ କେୟାର+ ଉପରେ ସ୍ବତନ୍ତ୍ର ରିହାତି (ଡିଲ୍‌) ସାମିଲ ରହିଛି। ଏହି ଅଭିଯାନ ଅଧୀନରେ କମ୍ପାନୀ ଗ୍ରାହକଙ୍କୁ ଅନେକ ଲାଭ ପ୍ରଦାନ କରୁଛି, ଯେଉଁଥିରେ ଓଲା ଏସ୍‌୧ ଏକ୍ସ ୨କେଡବ୍ଲ୍ୟୁଏଚ୍‌ର ମୂଲ୍ୟ କେବଳ ୪୯,୯୯୯ ଟଙ୍କା (ଲିମିଟେଡ୍‌ ଷ୍ଟକ୍‌)ରୁ ଆରମ୍ଭ ହେଉଛି। ସେହିଭଳି ଏସ୍‌୧ ପୋର୍ଟଫୋଲିଓ ଉପରେ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି-ଏସ୍‌୧ ଏକ୍ସ ୨କେଡବ୍ଲ୍ୟୁଏଚ୍‌ ଉପରେ ୨୫,୦୦୦ ଟଙ୍କାର ଫ୍ଲାଟ୍‌ ରିହାତି ଓ ଏସ୍‌୧ ପୋର୍ଟଫୋଲିଓ ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି। ସେହିପରି ୭୦୦୦ ଟଙ୍କା ମୂଲ୍ୟର ମାଗଣା ୮ ବର୍ଷ/ ୮୦,୦୦୦କି.ମି. ବ୍ୟାଟେରି ୱାରେଣ୍ଟି ଏବଂ ନିର୍ଦ୍ଦିଷ୍ଟ କ୍ରେଡିଟ୍‌ କାର୍ଡ ଇଏମ୍‌ଆଇ ଉପରେ ୫୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଅଫର ଏବଂ ୬୦୦୦ଟଙ୍କା ମୂଲ୍ୟର ମାଗଣା ମୁଭ୍‌ଓଏସ୍‌+ ଅପ୍‌ଗ୍ରେଡ୍‌, ୭୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାଗଣା ହାଇ ପରଚାର୍ଜିଂ କ୍ରେଡିଟ୍‌ ସୁବିଧା ରହିଛି। ଏ ସମ୍ପର୍କରେ ଓଲା ଇଲେକ୍‌ଟ୍ରିକର ଅଧ୍ୟକ୍ଷ ଓ ଏମ୍‌ଡି ଭାବିଶ ଅଗ୍ରୱାଲ କହିଛନ୍ତି, ଆମେ ଆମର ନୂତନ କ୍ୟାମ୍ପେନର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ।

Share