Categories: ବାଣିଜ୍ୟ

ଥଣ୍ଡା ପାନୀୟ ଜଳ ଯାନର ଶୁଭାରମ୍ଭ

ଭୁବନେଶ୍ୱର,୮।୮: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର (ଜେଏସ୍‌ପି)ର ସାମାଜିକ ଅନୁଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ସୋମବାର ଏକ ଥଣ୍ଡା ପାନୀୟ ଜଳ ସେବା ଯାନର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସ୍‌ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ କୁମାର ହୋତା, ଏକ୍‌ଜିକ୍ୟୁଟିଭ ଭାଇସ୍‌ ପ୍ରେସିଡେଣ୍ଟ (କର୍ପୋରେଟ୍‌ ଆଫେୟାର୍ସ) ବି.ପି.ମିଶ୍ରଙ୍କ ସମେତ ଜେଏସ୍‌ପି ଏବଂ ଜେଏସ୍‌ପି ଫାଉଣ୍ଡେଶନର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ଓମ୍‌ ପ୍ରକାଶ ଜିନ୍ଦଲଙ୍କ ୯୩ ତମ ଜନ୍ମ ବାର୍ଷିକୀ ଅବସରରେ ଫାଉଣ୍ଡେଶନ ପକ୍ଷରୁ ଉକ୍ତ ଥଣ୍ଡା ପାନୀୟ ଜଳ ସେବା ଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୧୫୦୦ ଲିଟର କ୍ଷମତା ବିଶିଷ୍ଟ ଏହି ଅତ୍ୟାଧୁନିକ ଯାନ (ଭ୍ୟାନ) ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପରିଭ୍ରମଣ ସହ ଲୋକଙ୍କୁ ପ୍ରତିଦିନ ନିରାପଦ ତଥା ଥଣ୍ଡା ପାନୀୟ ଜଳ ଯୋଗାଇ ଦେବ। ଏପରିକି ବିଏମ୍‌ସି ଅନୁମୋଦନ ଅନୁଯାୟୀ ଉକ୍ତ ଯାନ ପରିଚାଳିତ ହେବ। ସେହିଭଳି ଜେଏସପି ଫାଉଣ୍ଡେଶନ ପକ୍ଷରୁ ଆଗରୁ ମଧ୍ୟ ଆଉ ୩ଟି ଥଣ୍ଡା ପାନୀୟ ଜଳ ଭ୍ୟାନ ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କୁ ପ୍ରତିଦିନ ନିରାପଦ ତଥା ଥଣ୍ଡା ପାନୀୟ ଜଳ ଯୋଗାଉଛି ବୋଲି ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି।

Share