Categories: ବାଣିଜ୍ୟ

କୋଲ୍‌ଗେଟ୍‌ ଷ୍ଟ୍ରଙ୍ଗ୍‌ ଟିଥ୍‌ ଟୁଥ୍‌ପେଷ୍ଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଓରାଲ କେୟାର ବ୍ରାଣ୍ଡ୍‌ କୋଲ୍‌ଗେଟ୍‌ ପକ୍ଷରୁ କୋଲ୍‌ଗେଟ୍‌ ଷ୍ଟ୍ରଙ୍ଗ ଟିଥ୍‌ ଟୁଥ୍‌ପେଷ୍ଟ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ଏକ ନୂଆ ସତେଜ ଫର୍ମୁଲା ସହ ପୁଣି କୋଲ୍‌ଗେଟ୍‌ ବଜାରରେ ଗ୍ରାହକଙ୍କ ନିକଟତର ହେବ। ବିଶେଷ କରି କ୍ୟାଲ୍‌ସିୟମ ପରିମାଣ ବୃଦ୍ଧି କରୁଥିବା କୋଲ୍‌ଗେଟ୍‌ର ସ୍ବତନ୍ତ୍ର ଆର୍ଜିନାଇନ୍‌ ଟେକ୍ନୋଲୋଜି ଦ୍ୱାରା ସମୃଦ୍ଧ ଉକ୍ତ ଟୁଥ୍‌ପେଷ୍ଟ ଦାନ୍ତକୁ ପୋଷଣ ପ୍ରଦାନ କରିଥାଏ ଏବଂ ସେଗୁଡିକୁ ଦୁଇ ଗୁଣ ମଜଭୁତ କରିଥାଏ। ଫଳରେ ସମଗ୍ର ପରିବାର ମୁଖର ଆବଶ୍ୟକତା ପାଇଁ ପ୍ରଥମ ପସନ୍ଦ ପାଲଟିବ। ଏ ସମ୍ପର୍କରେ କୋଲ୍‌ଗେଟ୍‌-ପାମୋଲିଭ୍‌ ଇଣ୍ଡିଆର ମାର୍କେଟିଂ ଡାଇରେକ୍ଟର ଗୁଞ୍ଜିତ ଜୈନ୍‌ କହିଛନ୍ତି, ବିଜ୍ଞାନ ଦ୍ୱାରା ସମର୍ଥିତ ଆମର ଏହି ଅତ୍ୟାଧୁନିକ ଫର୍ମୁଲା ପୂର୍ବ ତୁଳନାରେ ଅଧିକ ଉତ୍କୃଷ୍ଟ ଫଳାଫଳ ପ୍ରଦାନ କରିବ ବୋଲି ଆମେ ନିଶ୍ଚିତ ରହିଛୁ।

Share