ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଝାଡଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛନ୍ତି, ଯେଉଁଠାରେ ବଞ୍ଚିତମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି। ଏହି ପରିପ୍ରେକ୍ଷୀରେ ପିଏମ୍‌- କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରାଯାଇଛି। ଏହାସହ ଝାଡ଼ଖଣ୍ଡରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭,୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ସେ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ତଥା ତିଲକା ମାନଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ବିକଶିତ ଭାରତର ୪ଟି ‘ଅମୃତ ସ୍ତମ୍ଭ’ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍‌ କୃଷକ, ଦେଶର ଯୁବକ ଏବଂ ଶେଷରେ ଭାରତର ନବ – ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ସରକାର ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି।

୨୦୨୪ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସରକାର ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । ଏହି ବୃହତ୍‌ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପିଏମ ବିଶ୍ୱକର୍ମା ଯୋଜନାରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ ପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପିଏମ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଗୋପାଳନକାରୀ ଓ ମତ୍ସ୍ୟଜୀବୀମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ, ପଶୁମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ଥିକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରାଯାଇଛି । ସେହିପରି ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ପ୍ରୟାସ କରାଯାଉଛି।

ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ ପାରିବେଶିକ ବ୍ୟବସ୍ଥାରେ ପରିଣତ ହୋଇଛି। ରାଞ୍ଚିର ଆଇଆଇଏମ କ୍ୟାମ୍ପସ ଏବଂ ଧାନବାଦସ୍ଥିତ ଆଇଆଇଟି – ଆଇଏସଏମ୍‌ରେ ନୂତନ ହଷ୍ଟେଲର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri