Categories: ବାଣିଜ୍ୟ

ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ୱର,୧୮।୧: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପନ ଏଣ୍ଡେଡ୍‌ ସ୍କିମ୍‌ ହୋଇଥିବାରୁ ନିବେଶକ ଲାର୍ଜ କ୍ୟାପ୍‌, ମିଡ୍‌ କ୍ୟାପ୍‌ ଏବଂ ସ୍ମଲ କ୍ୟାପ୍‌ ଷ୍ଟକ୍‌ଗୁଡ଼ିକ ସହ ନିବେଶ ଷ୍ଟାଇଲ ଏବଂ ଶିଳ୍ପ ସମୂହ ବାଛି ନିବେଶ କରିବାର ନମନୀୟତା ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡ ନିମନ୍ତେ ନିୟୁ ଫଣ୍ଡ ଅଫର ଅବଧି ୨୦୨୪ ଜାନୁଆରୀ ୨୨ ପର୍ଯ୍ୟନ୍ତ ରହିଛି। ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ଏମ୍‌ଡି ତଥା ସିଇଓ କଳ୍ପେନ ପାରେଖ କହିଛନ୍ତି, ଆମର ବିଶ୍ୱାସ ଓ ଦୀର୍ଘାବଧି ସୂତ୍ରର ଇକ୍ୱିଟି ଫଣ୍ଡଗୁଡିକ ମୁଦ୍ରାସ୍ପୀତି ତୁଳନାରେ ଅଧିକ ଉପାର୍ଜନ କରିଥାଏ ଏବଂ ଆମର କ୍ରୟ କରିବା ଶକ୍ତି ବୃଦ୍ଧିରେ ଏହା ମଧ୍ୟ ସହାୟକ ହୋଇଥାଏ।

Share