Categories: ବାଣିଜ୍ୟ

ଟିପିସିଓଡିଏଲ୍‌ ପକ୍ଷରୁ ଇ-ବାଇକ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୯।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଇ-ବାଇକ୍‌ ସେବାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର କର୍ପୋରେଟ୍‌ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କମ୍ପାନୀର ୧୫ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ଇ-ବାଇକ୍‌ ହସ୍ତାନ୍ତର କରିଥିଲେ। ଏହାଦ୍ୱାରା କର୍ମଚାରୀମାନେ ସେମାନଙ୍କର କ୍ଷେତ୍ର ନିରୀକ୍ଷଣ କାର୍ଯ୍ୟକୁ ଠିକ୍‌ ଭାବେ ତୁଲାଇବା ସହ ଆବଶ୍ୟକ ଗ୍ରାହକ ସେବା ଯୋଗାଇ ପାରିବେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ଇ-ବାଇକ୍‌ ସେବାର ଶୁଭାରମ୍ଭକରି ବେଶ ଉତ୍ସାହିତ ଓ ଆମର ପରିବେଶ ସଚେତନତାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ। ଏପରିକି ଏହା ଆମକୁ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ଆହୁରି ନିକଟତର କରିବ। ସେହିଭଳି ଇଲେକ୍ଟ୍ରିକ୍‌ ଯାନ ହେଉଛି ଭବିଷ୍ୟତର ପ୍ରତୀକ ଏବଂ ଏହି ରୂପାନ୍ତରିତ ଅଭିଯାନରେ ଏକ ପ୍ରତ୍ୟକ୍ଷ ଅଂଶଗ୍ରହଣକାରୀ ଭାବେ ଟିପିସିଓଡିଏଲ୍‌ ସମର୍ପିତ ରହିଛି। ଆମ ପରିବେଶର ସଂରକ୍ଷଣ ସହିତ ଏହାର ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ସବୁଜ ଭବିଷ୍ୟତକୁ ସୁଦୃଢ଼ କରିବା ଲାଗି ଟିପିସିଓଡିଏଲ୍‌ର ରହିଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟର ପ୍ରତିଫଳନ ହେଉଛି ଏହି ଅଭିଯାନ।

Share